STORYMIRROR

Hemanta kumar Sahoo

Horror Others

4  

Hemanta kumar Sahoo

Horror Others

ମାୟା ସଂସାର

ମାୟା ସଂସାର

1 min
323

ସ°ସାରେ ଜନମ ସଂସାରେ ମରଣ 

ସଂସାରଟା ଖେଳଘର 

ସଂସାରଟା ପରା ସପନ ପସରା 

ଅଭିନୟ ଖେଳ ସାର ।

ସତ ଅଭିନୟ କରୁ କରୁ ସିଏ 

ମିଛ ପୁଣି ହୋଇଥାଏ 

ସମୟ ଚକରେ ଘୂରି ଘୂରି ଆମେ

କାହିଁ ଦୂରେ ହଜିଯାଏ ।

ଜୀବନ ନାଟକ ସ୍ଵପ୍ନ ପରି ଲାଗେ 

ଆଜି ସାନ କାଲି ବଡ଼ 

ସମୟକୁ ଧରି ରଖି ହୁଏନାହିଁ

ସମୟର ଗତି ଦୃଢ଼ ।

ଆଜି ଅଛେ ପିଲା କାଲି ହେଲେ ବୁଢ଼ା 

ପୁଣି ଅଜଣା ରାଇଜେ 

ସପନର ଏହି କ୍ଷଣିକ ଭଙ୍ଗୁର 

ନିତି ନୂଆ ରୂପ ସାଜେ ।

କେଇଟା ଦିନର ସମୟ ମଧ୍ୟରେ 

କେତେ ଗର୍ବ ଅଭିମାନ 

ପୁଣି ହଣାକଟା ମିଛର ଆଶ୍ରୟ 

ଚାଲୁଅଛି ଘନ ଘନ ।

କେତେବେଳେ ସ୍ନେହ କେତେବେଳେ ନିନ୍ଦା 

କେତେବେଳେ ତିରସ୍କାର 

ପୁଣି କୋଳାକୋଳି ପୁଣି ହିଁ ଅର୍ଦ୍ଦଳି

ପୁଣି,ଆସନ ପାଇଁ ବିଚାର ।

ଏହି କ'ଣ ଆମ ମଣିଷପଣିଆ 

ଆସିଛେ ଏଇଥି ପାଇଁ 

ଖାଲି ଦୋଷ ପୁଳେ ମୁଣ୍ଡରେ ମୁଣ୍ଡେଇ

ଏ ସଂସାରୁ ଯିବା ପାଇଁ ?

ନାହିଁ ଧର୍ମ କର୍ମ ନା ବିଧି ବିଧାନ

ନାହିଁ ତ ମାନବିକତା 

ଈଶ୍ବର ଭକତି କାହିଁ କେତେ ଦୂରେ 

ତଡପନ୍ତି ପିତାମାତା ।।

ଜାଣନା କି ଏହି ଦୁର୍ଲ୍ଲଭ ଜୀବନ 

ମାତ୍ର ଥରୁଟିଏ ଆସେ 

ଭଲ କରିଥିଲେ ସୁଖୀ ଜନମଟା 

ପାଇବ ଅବଶ୍ୟ ଭବେ ।।

ନୋହିଲେ କୁକୁର ଛେଳି ସରୀସୃପ 

ଏପରି ଜନମ ନେବ 

ଚିନ୍ତାକରି ଦେଖ ଏହି ଜନମ କି 

ତୁମକୁ ଭଲ ଲାଗିବ ?

ଦିବ୍ୟଜ୍ଞାନ ପାଇଅଛ ଧରା ପରେ 

ଜ୍ଞାନକୁ କାର୍ଯ୍ୟରେ ଲଗା 

ମାୟା ସଂସାରରୁ ପାରି ହେବାପାଇଁ

ପ୍ରଭୁ ପାଦେ ମନ ଭିଜା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror