STORYMIRROR

Satyanarayan Sahoo

Horror Tragedy Classics

4  

Satyanarayan Sahoo

Horror Tragedy Classics

ଆହତ ଚଢ଼େଇ

ଆହତ ଚଢ଼େଇ

1 min
243

ପକ୍ଷୀ ଧରାଳି ର ତୀର ଚାଳନା ରେ

ପକ୍ଷୀ ଟିଏ ଆହାତ ହେ

ପରାଣ ବିକଳେ ଛାଟିପିଟି ହୁଏ

ଲହୁର ଧାର ଯେ ବହେ ।


ଆହା କି କରୁଣ ହୃଦ ବିଦାରକ

ଭୟଙ୍କର ଦୃଶ୍ୟ ଟିଏ

ଅରଣ୍ୟ ମଧ୍ୟରେ ଅଚାନକ ଦେଖି

ତପଚାରୀ ଅଟକିଲେ ।


ହାତରେ ଧରି ସେ ନେଇ ଚଢ଼େଇ ଟି

କିଛି ଦୂର ଗଲେ ଚାଲି

ହାତରେ ପତର ତୋଳି ଦଳି ତାହା

କ୍ଷତ ସ୍ଥାନେ ଦେଲେ ବୋଳି ।


ଆସ୍ତେ ଆସ୍ତେ ତାକୁ ଆଉଁସି ଆଉଁସି

ଲଗାଇ ପିଆଇ ପାଣି

କାହିଁ କେଉଁ ଠାରୁ ତୀର ମାରି ତାକୁ

ଏ ଅବସ୍ଥା ଦେଲା ଆଣି ।


ଭଳିଲେ ମହର୍ଷି ପ୍ରକୃତି ର ଶୋଭା

ହୋଇ ଯିବ ଏବେ ଶେଷ

ପଶୁ ପକ୍ଷୀ ରାଜି ମାରୁ ଅଛି ଆଜି

ସାଜି ଶିକାରୀ ମଣିଷ ।


ଅତ୍ୟନ୍ତ ନିଷ୍ଠୁର କ୍ରୂର ଓ ବର୍ବର

କରଇ ପକ୍ଷୀ ଶିକାର

ନୀରିହ ନିଷ୍ପାପ ଜୀବେ ଦେଇ ତାପ

ଲଭେ ସେହି କେଉଁ ଫଳ ।


ଅସ୍ତ୍ରାଘାତ ସ୍ଥାନେ ପତର ର ରସ

ସହିତ ତାହାକୁ ଜଳ

ପିଆଇ ସାଷ୍ଟମ କରି ସେ ଆଶ୍ରମ 

ଦିଗେ ହେଲେ ଅଗ୍ରସର ।



Rate this content
Log in

Similar oriya poem from Horror