STORYMIRROR

Kiranbala Rath

Horror Tragedy

4  

Kiranbala Rath

Horror Tragedy

ପଶୁ ଡାକ୍ତରାଣୀ ର ଆତ୍ମା

ପଶୁ ଡାକ୍ତରାଣୀ ର ଆତ୍ମା

1 min
332

ସକାଳ ସୁରୂଯ ଟା ଅସ୍ତ ହେଲା

ମୋର ଜୀବନ ବି ଅସ୍ତ ହେଲା

ସୁରୂଯ ହସି ହସି ଅସ୍ତ ହେଲେ

ମୁଁ ଜୀଇଁ ଥାଉ ଥାଉ ଜୀବନ ଗଲା।


ଚାରି ଗୋଡିଆ ପଶୁ କୁ ସମ୍ଭାଳୁଥିଲି

ସେମାନେ ବିଶ୍ୱସ୍ତ ଲାଗୁଥିଲେ

ହେଲେ ଦୁଇ ଗୋଡିଆ ପଶୁମାନେ

ମୋର ଶରୀରକୁ ପୂରା ଜାଳି ଦେଲେ।


ମୁଁ ମରିଯାଇଛି, ଅତୃପ୍ତ ମୋ ଆତ୍ମା

ଘୂରି ବୁଲୁଛି ନ୍ୟାୟ ପାଇବା ପାଇଁ

ମୋ ଭଳି ଅନେକ ଆତ୍ମା ଅଛନ୍ତି

ଏ ନର ରାକ୍ଷସ କୁ ଶାସ୍ତି ଦେବା ପାଇଁ।


ଆମେ ବି ଆଜି ପ୍ରଭୁ ଙ୍କୁ ନିବେଦନ କରୁ

ଆମକୁ ନ୍ୟାୟ ଦିଅ, ପାପୀ କୁ ଶାସ୍ତି

ଏ ସଂସାରର ସବୁ ନାରୀ ଙ୍କୁ ମୃତ୍ୟୁ ଦିଅ

ନତୁବା ଦିଅ ଅସୀମ ଅଦୃଶ୍ୟ ଶକ୍ତି।


ହେଲେ ସେ ଶୁଣନ୍ତି ନାହିଁ କି ଜାଣନ୍ତି ନାହିଁ

ଆମକୁ ସେ ଆପଣା ଭାବନ୍ତି ନାହିଁ

ଆମେ କ'ଣ ଅତୃପ୍ତ ଅଶାନ୍ତ ହୋଇ ରହିବୁ

ନା...ନା... ବିଲକୁଲ୍ ସେମିତି ହେବନାହିଁ।


ଆମେ ବି ପାଇବୁ ନ୍ୟାୟ ଅଦୃଶ୍ୟରେ

ନିଶ୍ଚୟ ପାଇବୁ ଆଉ ଅଶାନ୍ତ ହେବୁନି

ଆମ ଭଳି ଆଉ କେଉଁ ଝିଅକୁ କେବେ

ଏମିତି ଅସହାୟ ହେବାକୁ ଦେବୁନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror