STORYMIRROR

Nikunja Ghosh

Horror Inspirational Others

4  

Nikunja Ghosh

Horror Inspirational Others

କର୍ମ ଆଉ ଭାଗ୍ୟ

କର୍ମ ଆଉ ଭାଗ୍ୟ

1 min
404


କର୍ମ ଆଉ ଭାଗ୍ୟ ଏକଇ ମୁଦ୍ରାର 

ଦୁଇଟି ପାର୍ଶ୍ଵ ସଦୃଶ

ସଂଯୋଗ ଘଟିଲେ ଦୁଇଟି ଯାକର 

ଜୀବନ ହୁଏ ସରସ ।।


ଧନୀ ଘରେ ଯଦି ପିଲାଟିଏ ଜନ୍ମେ 

ଭାଗ୍ୟ ଅଟେ ତା'ର ଭଲ 

ଦୁଃଖଦ କାହାଣୀ କପାଳରେ ନାହିଁ 

କହୁଥାନ୍ତି କେତେ ଜନ ।।


ଛୋଟ ପିଲାଟିଏ ଗରିବ ଘରରେ 

ଜନମିଲା ଯେଉଁ ଦିନ 

ଦୁଃଖ ଦୁର୍ଦ୍ଦଶାରେ ଲୋକ ତ କହନ୍ତି 

ଯାହା କପାଳ ଲିଖନ ।।


ସେହି ପିଲା ଯଦି କାମଧନ୍ଦା କରି

ଦୁଃଖକୁ ପାରିଲା ଟାଳି 

କର୍ମ ବଡ ବୋଲି କହିଥାନ୍ତି ଲୋକେ 

ଆନନ୍ଦେ ପାରୁଛି ଚଳି ।।


ପସନ୍ଦ କର୍ମରୁ ବିଫଳ ହୋଇଲେ 

ଭାଗ୍ୟକୁ ଦୋଷ ଦିଅନ୍ତି 

କେହି କେହି ପୁଣି ବିଫଳ କାରଣେ 

ଯୋଗ୍ୟତା କଥା କହନ୍ତି ।।


ସେହି କର୍ମ ପୁଣି ଭବିଷ୍ୟେ ମିଳିଲେ

ଭାଗ୍ୟର କଥା ବୋଲନ୍ତି 

ନୂଆ ରଙ୍ଗ ଦେଇ ତାକୁ କେହି କେହି 

ପରିଶ୍ରମ ଫଳ କହନ୍ତି ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror