STORYMIRROR

Nikunja Ghosh

Romance Tragedy

3  

Nikunja Ghosh

Romance Tragedy

ଯନ୍ତ୍ରଣା

ଯନ୍ତ୍ରଣା

1 min
146

ପ୍ରେମ ବୟସ ଦେଖେନା 

ଦେଖେନା ସମୟକୁ 

ସମୟ ଭିତରେ ବର୍ତ୍ତମାନକୁ ଖୋଜେ 

ବର୍ତ୍ତମାନ ଭିତରେ ନିଜକୁ ହଜାଇ ଦିଏ ।

ହଜାଇ ଦିଏ ନିଜକୁ 

        ରୋମାଞ୍ଚିତ ଦୁର୍ବଳ ମୁହୁର୍ତ୍ତରେ 

ଅଥବା ଦୁର୍ବଳ ମୁହୁର୍ତ୍ତ 

      ଭରିଦିଏ ଅସରନ୍ତି ସପ୍ନ ।

ସପ୍ନ ଭିତରେ ଦେଖାଦିଏ 

         ଯନ୍ତ୍ରଣା ଆଉ ଯନ୍ତ୍ରଣା ........(୧)


ଫଗୁଣକୁ ଅପେକ୍ଷା ରତ 

କଥା ଦେଇଥିଲ ଆସିବ ବୋଲି 

          କିନ୍ତୁ କେଉଁଠି ତମେ ?

ତମ ପରଶ ପାଇବାକୁ 

         ମୁଁ ଅଧୀର .......

         ମୁଁ ବ୍ୟାକୁଳ .......

ଅଥୟ ମନରେ 

         ଚାତକ ପରି ଚାହିଁ ବସିଛି 

ତୁମ ଫେରିବା ବାଟକୁ ।

କାଳେ ଦେଖା ହେବ 

          ----ଆର ଫଗୁଣକୁ 

ବିଦେଶରୁ ଫେରି ଆସିଛି 

ଶୁଭ ବାର୍ତ୍ତା ନେଇ ତୁମ ପାଖକୁ .........(୨)


ଫଗୁଣକୁ ଫଗୁଣ ବରଷେ ପୁରିଲା 

ତଥାପି ଆସିଲନି କ'ଣ ପାଇଁ ?

       ଅଭିମାନ ନା ସଂନ୍ଦେହ .........

ଫେରିବା ଆଗରୁ ବିଶ୍ବାସ ହରାଇଲ 

ଏହା କ'ଣ ତୁମ ପ୍ରେମର ଗଭୀରତା 

ପ୍ରଜ୍ଜ୍ଵଳିତ ଆଲୋକ ବର୍ତିକାକୁ 

             -----ହଠାତ୍ ଲିଭିଦେଲ ।

ପ୍ରତାରଣା ନା ଅବିଶ୍ବାସ ............

ପ୍ରେମ ବିଶ୍ୱାସରେ ବଞ୍ଚେ 

ସଂନ୍ଦେହରେ ବିଲୟ 

ଏହା କ'ଣ ତୁମେ ଜାଣନା .........??(୩)


Rate this content
Log in

Similar oriya poem from Romance