STORYMIRROR

Nikunja Ghosh

Tragedy

3  

Nikunja Ghosh

Tragedy

ଜୀବନ

ଜୀବନ

1 min
157


ଜୀବନ ରାସ୍ତାର ଅଙ୍କା ବଙ୍କା ପଥେ 

ଚାଲୁଥିଲେ ବାଟ ନିତି 

ଦୁଃଖ ଆଗେ କେବେ ଭାଙ୍ଗିପଡିବନି 

ଧରିଥାଇ ନ୍ୟାୟ ନୀତି ।।


ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ 

ଜୀବନେ ଚାଲଇ ଧନ 

ସବୁକୁ ପାଶୋରୀ ଜୀବନ ସଂଘର୍ଷେ 

ଦୃଢ କରି ରଖ ମନ ।।


ଜୀବନର ମୂଲ୍ୟ କେବେ ନ ଭୁଲିବ 

ରାଗ ରୋଷ ଅଭିମାନେ 

ଜୀବନ ଯୁଦ୍ଧରେ ସଦା ହାରୁଥାନ୍ତି 

ଧୈର୍ଯ୍ୟହୀନ ଯେଉଁମାନେ ।।


ସମର କ୍ଷେତ୍ରରେ ତିଷ୍ଠି ରହିବାକୁ 

ବୁଦ୍ଧି ପ୍ରୟୋଗ ଅବଶ୍ୟ 

ସେଥିପାଇଁ ମୁନୀ ଜନ କହୁଥାନ୍ତି 

ବୁଦ୍ଧି ଯସ୍ୟ ବଳଂ ତସ୍ୟ ।।


ବୁଦ୍ଧି ପଣିଆରେ ସ୍ଥାନ କାଳ ପାତ୍ର 

ଜଗି କହୁଥିଲେ କଥା 

ବିପଦ ଆଗରୁ ସୂଚନା ପାଇବ

ନଇଁବନି କେବେ ମଥା ।।


ଷଢରିପୁ ଅଟେ ଆପଣାର ଶତ୍ରୁ 

ମିଥ୍ୟା ବାକ୍ୟ ନୁହେଁ ଜମା 

ଆୟତରେ ରଖି ଆଗକୁ ବଢିଲେ 

ନ ରହେ ଆନନ୍ଦ ସୀମା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy