STORYMIRROR

Nikunja Ghosh

Comedy Drama Action

4  

Nikunja Ghosh

Comedy Drama Action

ହେବ ଲୋକ ହସା

ହେବ ଲୋକ ହସା

1 min
276


ବାଟିକା ସମ୍ପତ୍ତି     ମାଲିକାନା ବୋଲି 

     ଶୁଭୁଥାଏ ମୁଖେ ଭାଷା 

ଭୋକିଲା ପେଟର    କାହାଣୀ ବଖାଣି 

     ହୁଅ କାହିଁ ଲୋକ ହସା ।।

      

ନଭଶ୍ଚୁମ୍ବି ପରି      ପ୍ରାସାଦ ବୋଲାଅ

      ଆଉ କିଛି ନାହିଁ ଆଶା 

ମୁଣ୍ଡ ଗୁଞ୍ଜିବାକୁ      ମୁଣ୍ଡ ଗଢାଇକି 

     ହୁଅ କାହିଁ ଲୋକ ହସା ।।


ଗଣ୍ଡେ ପୁତ୍ର ବୋଲି     ବୋଲାଅ ବ୍ରହ୍ମାଣ୍ଡ

      ମାଡିଯାନ୍ତି ଚାରି ଦିଶା 

ବଂଶ ପିଣ୍ଡ ଦାନେ     କଥା ଭାବି ତେବେ 

      ହୁଅ କାହିଁ ଲୋକ ହସା ।।


ନାନା ଅନୁଷ୍ଠାନ      ପ୍ରମାଣ ସାଉଁଟି

      ଚାକିରୀକୁ କଲ ପେସା 

ଚାକିରୀର କ୍ଷେତ୍ରେ    ଅପାରଗ ବୋଲି 

      ହୁଅ କାହିଁ ଲୋକ ହସା ।।


ଦେଶ ସୁରକ୍ଷାରେ     ମନ ବଳାଇଲେ 

       ଜାତିକୁ ମିଳେ ଭରଷା 

ସଇନିକ ହୋଇ      ଶତ୍ରୁକୁ ଡରିଲେ 

      ହେବ ସିନା ଲୋକ ହସା ।।


ଭଲପାଇ ଯେବେ      ଆଗକୁ ବଢିବ 

       ତୁମକୁ କରିବେ ଆଶା 

ସେଇ ମୂଲ୍ୟ ଯେବେ    ଦେଇ ନ ପାରିବ 

       ହେବ ସିନା ଲୋକ ହସା ।।


ଜୀବ ପାଇଁ କିଛି      କର୍ମ ଇଛା ଥିଲେ 

      ସେବାକୁ କରିବ ନିଶା  

ବିଚ୍ୟୁତି ହୋଇଲେ      ଲକ୍ଷ୍ୟଟି ଜାଣିବ 

      ହେବ ସିନା ଲୋକ ହସା ।।


ହରି ନାମ ଧରି       ଯିବା ପାଇଁ ତରି 

      ଧରମେ ବାନ୍ଧିବ ବସା

କୁତ୍ସିତ କର୍ମରେ       ରହିଥିଲେ ଲିପ୍ତ 

     ନିଶ୍ଚେ ହେବ ଲୋକ ହସା ।।


ଜ୍ଞାନୀ ସଂଗେ ଯଦି     ସତସଙ୍ଗ ଯାଉଛ 

      ରଖି ଜ୍ଞାନର ପିପାସା 

ସଭା ସ୍ଥଳେ ଯେବେ    ଅଜ୍ଞାନୀ ବୋଲିବେ

     ହେବ ସିନା ଲୋକ ହସା ।।


ତିଳକ ଚନ୍ଦନ      ଲେପି ଦେଇ କଲେ 

      ସାଧୁ ସଙ୍ଗେ ଉଠାବସା 

ମୌକା ପାଇଲେ      ତଣ୍ଟି କାଟୁଥିଲେ 

     ହେବ ସିନା ଲୋକ ହସା ।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy