STORYMIRROR

Nikunja Ghosh

Tragedy Classics Others

4  

Nikunja Ghosh

Tragedy Classics Others

ଆଉ କେତେଦିନ

ଆଉ କେତେଦିନ

1 min
228


ଆଉ କେତେଦିନ ଗରିବ ଆଖିରୁ 

ଝରଣାଟେ ବହୁଥିବ 

ଓଳିଏ ଖାଇକି ଓଳିଏ ଉପାସେ 

ଭବିଷ୍ୟକୁ ଦେଖୁଥିବ ।।


ଆଉ କେତେଦିନ ଦଉଡ଼ି ଟାଣିବ  

କୃଷକ ଭାଇର ବେକ 

ନାନା କଷଣରେ ଆଖି ଲୁହ ପିଏ  

ପ୍ରକୃତିର ପାଇ ଚେଙ୍କ ।।


ଆଉ କେତେଦିନ ଭୃଣକୁ ନାଶିବ

କନ୍ୟା ପାଇଁ ଶତ୍ରୁ ସାଜି 

ବାପା ମା' ଶବ୍ଦ କଦର୍ଯ୍ୟ କରିଲ 

ହତ୍ୟା ପାଇଁ ହେଲ ରାଜି ।।


ଆଉ କେତେଦିନ ଦୁଷ୍କର୍ମ ଚାଲିବ 

ହିତାହିତ ଜ୍ଞାନ ଭୁଲି 

ନିୟମ କାନୁନ୍ ରୋକି ପାରୁନାହିଁ 

ଦିନ ଦିନ ବଢେ ଚାଲି ।।


ଆଉ କେତେଦିନ ଘର ଭାଙ୍ଗୁଥିବ 

ଚୁଗୁଲିଆ ପଣ ପାଇଁ 

ଯେତେବେଳେ ନିଜ ଘର ଭାଙ୍ଗିଯିବ 

କାହା ପାଖେ ଯିବ ଧାଇଁ ।।


ଆଉ କେତେଦିନ ଅଧର୍ମେ ଚାଲିବ 

ପରଧନ ନିଜ କରି 

ଗଲାବେଳେ ଯିବ ଦୁଇ ଗୁଣା ଧନ 

ପାରିବନି ମୁଠେ ଧରି ।।


ଆଉ କେତେଦିନ ମିଛ ସତ କହି 

ଐଶ୍ୱର୍ଯ୍ୟ ଭୂଞ୍ଜିବ ଭାଇ 

ସତ୍ୟର ବିଜୟ ନିଶ୍ଚୟ ଆସିବ 

ସମୟ ରହିଛି ଚାହିଁ ।।


ଆଉ କେତେଦିନ ବଞ୍ଚିବ ଏମିତି  

ପରକୁ ଆପଣା କରି

ସ୍ୱାର୍ଥ ସରିଗଲେ କେହି ଚାହିଁବେନି 

ନିଜଠାରୁ ଯିବେ ଦୂରି ।।


ଆଉ କେତେଦିନ ଗୁମୁରି କାନ୍ଦିବ 

ଅନ୍ତରର ଦୁଃଖ ଚାପି 

ଭବିଷ୍ୟକୁ ଦେଖି ସାବଧାନ ହୁଅ 

ହାତେରୁ ଚାଖଣ୍ଡେ ମାପି ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy