ବଲେ ହୁଟି
ବଲେ ହୁଟି
ଟଙ୍କାକିଆ ମୁଣ୍ଡ ରଖି କି
ଶହେ ଟଙ୍କା କଥା କହୁଚି,
କାହିଁକି? ବଲେ ହୁଟି ।
ଅଛପା ରହିବ ସତ କି
ଜାଣି ଶୁଣି ମିଛ କହୁଚି ,
କାହିଁକି? ବଲେ ହୁଟି ।
ସମାଜର ସେବା କହି କି
କଟା ମୁଣ୍ଡ ହାତେ ଧରିଚି ,
କାହିଁକି ? ବଲେ ହୁଟି ।
ଜନ ସେବା ଧର୍ମ କହି କି
ବାମ ହାତ ଠାର ଦଉଚି ।
ପ୍ରେମର ସନ୍ତୋକ ଝିଅଟି
ଜାଣି ପାରି ମାରି ଦଉଚି ।
ଝିଅ ପୁଅ ଏକା ଜାଣି କି
ମତର ପାର୍ଥକ୍ୟ କରୁଚି ।
ସରକାର ନୀତି ଜାଣି କି
ବେନିୟମେ କାମ କରୁଚି ।
ଅମାପ ସମ୍ପତ୍ତି ଗୁଛି କି
ହାଜତକୁ ଟଣା ହଉଚି ।
ଗୋମାତା ସୁରକ୍ଷା ଡାକିକି
ନୀରବରେ ବସି ରହୁଚି ।
ଲୋକ ଦେଖା ଗାବ ପୂଜି କି
ଗୋ ଚାଲାଣେ ଲିପ୍ତ ରହୁଚି ।
ଆପଣାର ବୋଲି କହି କି
ଅଣ୍ଟି ଛୁରୀ ତଣ୍ଟି କାଟୁଚି ।
ପେଞ୍ଚ କରି କଥା ହୋଇ କି
ମିଛେ ଧର୍ମ ଦ୍ୱାହି ଦଉଚି ।
ଅଣ୍ଟି ସୂତା ସର୍ପ ଜାଣି କି
ଆଦରରେ ଭିଡି ଧରୁଚି ।
ଭାରିଜା ବିଟପୀ ଜାଣି କି
ଗଳାରେ ଭୂଷଣ କରୁଚି।
ନ୍ୟାୟ,ନୀତି,ଧର୍ମେ ଚାଲି କି
ଅନ୍ୟାୟ ପ୍ରଶ୍ରୟ ଦଉଚ ।
ଦୁଇ ନାବେ ପାଦ ଦେଇ କି
ନିଜ ଲୁହ ନିଜେ ପିଉଚି ।
କୁମ୍ଭୀର କାନ୍ଦଣା କାନ୍ଦି କି
ନୀରିହର ମନ କିଣୁଚି ।
ଭାଇ ଭାବ ଭକ୍ତି କରି କି
ପଛ ହାତେ ଛୁରା ଧରିଚି ।
ସଭା ମଧ୍ୟେ ଯେବେ ବସି କି
ମିଥ୍ୟାର ଆଶ୍ରୟ ନେଉଚି ।
ଦଣ୍ଡ ଦେବୁ ବୋଲି ଦୋଷୀ କି
ବିଚାର ହୁଗୁଳା କରୁଚି ।
ଏମନ୍ତ ବିଚାର ଦେଖି କି
ଦୋଷୀକୁ ତ ମୁହଁ ଦଉଚି ।
ଖାତିରି କରିବ ଦୋଷୀ କି
ଅନ୍ୟାୟ ତା' ବଡି ଯାଉଚି ।
ଏମନ୍ତ ବିଚାର କରି କି
ନିଜେ ଅପଦସ୍ତ ହଉଚି।
ମାନ ସମ୍ମାନକୁ ଜଗି କି
ଆଜି ସେ କି ଲାଭ ପାଇଚି।
ପାଣିର ଫୋଟକା ପରିକି
ମହତକୁ ଶେଷ କରୁଚି ।
ମନେ ନ ରଖିଣ ବାଣୀ କି
ହଇରାଣ ସଦା ହଉଚି ।
ଗୃହ ଶତ୍ରୁ ବଡ ଜାଣି କି
ଘୋର ନିଦ୍ରାରେ ସେ ଯାଉଚି ।
ଦୁରୁଜନ ଲୋକ ଜାଣି କି
ପାଖେ ଉଠାବସା କରୁଚି ।
ବିଷ ଦେବା ଲୋକ ଜାଣି କି
ଖାଇବାକୁ ସାଥେ ବସିଚି।
କଳା ମୁଣ୍ଡିଆକୁ ଜାଣି କି
ନ ଜାଣିଲା ପରି ହଉଚି ।
କିଛି କଳା ମୁଣ୍ଡ ଜାଣ କି
ଯା'ର ଖାନ୍ତି ତାକୁ ନାଶନ୍ତି ।
କଳା ମୁଣ୍ଡିଆର ରଂଗଟି
ଅଲଗା ବାହାର ଭିତିରି ।
ବାହାରଟା ଥିଲେ ସୁନ୍ଦର
ଭିତରଟା ପୁଡା ଅଙ୍ଗାର ।
ଏମିତି ଜନଙ୍କୁ ଜୁହାର
ରହିଥିବୁ ଦୂର ତାଙ୍କର ।
ଜନକୁ ଜନ ଘୃଣା କରି
ବିଲେଇ କୁକୁର ପୋଷୁଚି।
ପଶୁକୁ ବସରେ କରି କି
ମଣିଷକୁ ତଡା ଦଉଚି ।
ମଣିଷ ପରି ମଣିଷଟି
ନିଜ ଜ୍ଞାନେ ନିଜେ ଭାବୁଚି ।
ନିଜ ଜାତି ଗୋଡ ଟାଣିକି
ତୃପ୍ତିଭରା ରସ ପିଉଚି।
ସ୍ୱଜାତି ପର ହିଂସାକାରୀ
ହିଂସା ଯେ ଧରମ ତାଙ୍କରି ।
ଛୁଞ୍ଚିର କାମକୁ ଜାଣି କି
ସାବଳକୁ ଦିଏ ପୂରେଇ ।
କାରଣର ଫଳ ଜାଣି କି
ପରକୁ ଦୋଷରେ ବୁଡୁଚି ।
ବିପଦକୁ ହାତ ଠାରି କି
ଜାଣି ଶୁଣି ବସି ରହୁଚି ।
ସ୍ୱାର୍ଥୀ-ଜନ ମତ ଜାଣି କି
ସମ୍ପର୍କରେ ବାନ୍ଧି ରଖୁଚି ।
ସ୍ୱାର୍ଥୀ ଜନ କେବେ ବୁଝେ କି
ତା' ପ୍ରିୟ ବନ୍ଧୁ ମନ ଖୁସି ।
ଆପଣାର ବୋଲି କହି କି
ନିତି ଫାନ୍ଦେ ସେ ପକାଉଚି ।
ଅଙ୍ଗାରର କଳା ଛାଡେ କି
ଦେଉଥିଲେ ଯତନେ ଧୋଇ ।
ମଣିଷ ପ୍ରକୃତି ଜାଣ କି
ଏ ଅଙ୍ଗାରର ଗୁଣ ପରି ।
ନାନା ରଂଗ ଦେଲେ ରଂଗେଇ
କଳା କି ଯିବରେ ଉଭେଇ ।
ନିଜର ଫାଇଦା ପାଇଁ କି
ସବୁ ତ୍ୟାଗ କରି ଦଉଚି ।
ସବୁ ମୂଳେ ସ୍ୱାର୍ଥ ପାଇଁ କି
ବିନାଶ ଯେ ଡାକି ଆଣୁଚି ।