STORYMIRROR

Nikunja Ghosh

Children Stories Action Others

3  

Nikunja Ghosh

Children Stories Action Others

ଏଇ ତ ଜୀବନ

ଏଇ ତ ଜୀବନ

1 min
129

ଜୀବନ ରାସ୍ତାର ଅଙ୍କା ବଙ୍କା ପଥେ 

ଚାଲୁଥିଲେ ବାଟ ନିତି 

ଦୁଃଖ ଆଗେ କେବେ ଭାଙ୍ଗିପଡିବନି 

ଧରିଥାଇ ନ୍ୟାୟ ନୀତି ।


ଦୁଃଖ ପରେ ସୁଖ,ସୁଖ ପରେ ଦୁଃଖ 

ଜୀବନେ ଚାଲଇ ଧନ 

ସବୁକୁ ପାଶୋରୀ ଜୀବନ ସଂଘର୍ଷେ 

ଦୃଢ କରିରଖ ମନ ।


ଜୀବନର ମୂଲ୍ୟ କେବେ ନ ଭୁଲିବ 

ରାଗ,ରୋଷ, ଅଭିମାନେ 

ଜୀବନ ଯୁଦ୍ଧରେ ସଦା ହାରୁଥାନ୍ତି 

ରାଗିଯାନ୍ତି ଯେଉଁମାନେ ।


ଜନମରୁ ଆଜି ଯାଏ ଭଲପାଇଛି 

ଦୁଃଖ ଦେଇନି କାହାକୁ 

କେତେ ମୁଁ କରିଛି ପାପ ଆଉ ପୁଣ୍ୟ 

କୁହ ପ୍ରଭୁ ଜଗତକୁ ।


ଦୁଃଖେ ରହି ପୁଣି ଦେଉଛି ମୁଁ ହସି 

ଏଇ ତ ଜୀବନ ମୋର 

ସ୍ନେହ ଶ୍ରଦ୍ଧା ଦେଇ ପୀୟୁଷ ପିଆଇ 

ପରକୁ ଆପଣା କର ।


Rate this content
Log in