ପ୍ରାଚୀନ କାଳର ସମର ବିଦ୍ୟା
ପ୍ରାଚୀନ କାଳର ସମର ବିଦ୍ୟା
ପ୍ରାଚୀନ କାଳର ସମର ବିଦ୍ୟା
ଥିଲା ମନୋରମ ଅପୂର୍ବ ସଦା ।
ବିସ୍ତୀର୍ଣ୍ଣ ସମର ପ୍ରାଙ୍ଗଣେ ମେଳ
ହୋଇ ବେନି ପକ୍ଷ ଦେଖାଇ ଖେଳ ।
ବାଜୁଥିଲା ତୂରୀ ଭେରି ଓ ଶଙ୍ଖ
ଯୁଦ୍ଧ ବାଦ୍ୟ ଘନଘଟା ହୃତ୍କମ୍ପ ।
ଜନମାଉ ଥିଲା ଜନମନରେ
ଉନ୍ମାଦନା ଭରେ ବୀର ଅନ୍ତରେ ।
କରୁଥିଲେ ନାନା ରଙ୍ଗେ ଲଢ଼ାଇ
ଢାଲ , ବର୍ଚ୍ଛା , ଖଣ୍ଡା କାତିକୁ ଧରି ।
ଗଜ ବାଜି ପୃଷ୍ଠେ ବିଜୟ କରି
ଜିଣୁଥିଲେ ରଣ ପ୍ରାଙ୍ଗଣେ ଲଢ଼ି ।
ବୀରଙ୍କର ନିର୍ଦ୍ଦେଶନାରେ ନାନା
ସ୍ଥାନେ ନାନା ମତେ ସର୍ଜିତ ସେନା ।
ବାହିନୀ ସକଳେ ହୋଇ ମିଳିତ
ଦେଖାଉଥିଲେ ସେ ନିଜ ବୀରତ୍ୱ ।
ଚତୁଃରଙ୍ଗ ପଦାତିକ ବାହିନୀ
ନାନା କୌଶଳରେ ସମର ଜିଣି ।
ହୋଇଥିଲେ ସର୍ବେ ବୀର ଅଗ୍ରଣୀ
ରଣେ ଧରି ତେଜ ବୀରତ୍ଵ ଠାଣି ।
ସମରେ ଦିଅନ୍ତି ସଭିଏଁ ଝାସ
ଜିଣନ୍ତି ପ୍ରକାଶି ନିଜ ସାହସ ।
ନାନାବିଦ୍ଧ ବ୍ୟୂହ ଗଠନ କରି
ଶତ୍ରୁ ପକ୍ଷ ସାଥେ ଥାଆନ୍ତି ଲଢ଼ି ।
ମୁକାବିଲା ଲାଗି ଶତ୍ରୁପକ୍ଷର
ସଂଘର୍ଷ କରନ୍ତି ସୁତୀବ୍ରତର ।
ଗଦା , ପଦ୍ମ , ଚକ୍ର , ବ୍ୟୂହ ସରଜି
ଶତ୍ରୁ ଚକ୍ରାନ୍ତକୁ ହରନ୍ତି ଖୋଜି ।
ଅସଂଖ୍ୟ ପ୍ରକାର ବ୍ୟୂହ ପ୍ରବୀଣ
ଯୋଦ୍ଧା ଥିଲେ ଆମ୍ଭ ଦେଶ ପ୍ରାଚୀନ ।
କାଳରେ ସଭିଏଁ ପରାଣ ପଣ
କରି କରୁଥିଲେ ତୀବ୍ର ଲଢାଇ ।
ଦେଉଥିଲେ ଶତ୍ରୁକୁ ଘଉଡାଇ
ଭାଙ୍ଗି ଦେଇ ତା'ର ବଳ ବଡ଼ାଇ ।
ଅସ୍ତ୍ର ଶସ୍ତ୍ର ବିଦ୍ୟା ବୁଦ୍ଧି ନୈପୁଣ୍ୟ
ପ୍ରଦର୍ଶନେ ସର୍ବେ ଥିଲେ ଧୂରିଣ ।


