କବିତା କାଟତି
କବିତା କାଟତି
କବି ମାନେ ଦିନେ ହେଲେ ଜାଣ ନଢ଼ା ନଢି
କି ପରି ଲେଖିଲେ ଯିବ କବିତା କlଟତି ବଢି ।
ପୁରୁଖା ମୂରୁଖ କବି ଟିଏ ଉଠି ପଡ଼ି କହେ
ପ୍ରେମ ପୀରତି ର ଲେଖା ରେ କାଟତି ବଢି ଥାଏ ।
ତନ୍ମଧ୍ୟେ ଭକତ ଜଣେ ଜ।ଣେ ଥିଲା ରହି
ଭଜନ ଲେଖିଲେ ବଢେ ବୋଲି ଦେଲା କହି ।
ଅନ୍ୟ ଜଣେ କହିଲା ହେ , ପ୍ରକୃତି ବର୍ଣ୍ଣନା
କରନ୍ତୁ କବିତା ସାହିତ୍ୟ କ।ଟତି ବଢ଼ଇ ସିନା ।
ଅବର୍ଣ୍ଣନୀୟ ସୁଷମା ନାହିଁ ଯା' ତୁଳନା
କର କବି ମାନେ ଚିତ୍ତାକର୍ଷକ ଉପସ୍ଥାପନା ।
ଆସ ହେ କବି ଏ କରି ଯିବା ସେହି ପରି ଆମେ
ବଢ଼ି ଯିବା ବେଗେ ଆମ କାଟତି ହେ ଜାଣେ ।
ଅନ୍ୟ ଜଣେ କହି ଦେଲା ଚୋରୀ ଧରଷଣ
ହତ୍ୟା କାଣ୍ଡ ବର୍ବରତା କରିଲେ ବର୍ଣ୍ଣନ ।
ଏହି ପରି ବହୁ କଥା ବହୁ କବି କହି
କବିତା କାଟତି ପାଇଁ ଆଲୋଚନା କରି ।
କାଢି ନ ପାରିଲେ କେହି ନିର୍ଭୁଲ ଉପାୟ
ନଢା ନଢ଼ି ଗଡା ପଡା ହେଲେ ଅହ ରହ ।
କବିତା କ।ଟତି ବଢେ କେଶନ ଉପାୟେ
ସ୍ଥିର କରି ନ ପାରି ସେ ନଢ଼ି ନଢି ମଲେ ।

