ଅପାତ୍ରରେ ଦାନ
ଅପାତ୍ରରେ ଦାନ
ଅପାତ୍ରରେ ଦାନ ବୃଥା ଅକାରଣ
ନିଷ୍ଫଳ ବିଫଳକାମ
ହିତ ବଦଳରେ ଅମଙ୍ଗଳକର
ଅହିତ କରେ ସାଧନ ।
ବଢାଏ ସମସ୍ଯା ଗର୍ବ ଅହଙ୍କାର
ଅପାତ୍ର ଦାନ ଦୁର୍ଯୋଗ
ଅନୁଚିତ ମାର୍ଗେ ହୁଅଇ ତାହାର
ଅବଶ୍ଯ ଦୂରୁପଯୋଗ ।
ଦୁର୍ଜନ ଅପାତ୍ର ହୁଏ ବଳବାନ
କାଣ୍ଡ ଜ୍ଞାନ ବୁଦ୍ଧିହୀନ
ଦିଅଇ ଅନ୍ଯଙ୍କୁ ବହୁ ଦୁଃଖକଷ୍ଟ
ହୁଏ ବିନାଶ କାରଣ ।
ଅପାତ୍ରର ଦାନ ଫଳ ବିଷମୟ
ବିସ୍ଫୋଟକ ଭୟାବହ
ବୃହତ୍ତର ସ୍ବାର୍ଥ ସମାଜ କଲ୍ୟାଣେ
ସୃଷ୍ଟି କରେ ଅନ୍ତରାୟ ।
ସୁଯୋଗ୍ଯ ଲୋକଙ୍କୁ ମିଳିଲେ ସୁଯୋଗ
ହୁଏ ଉନ୍ନତି ପ୍ରଗତି
ରହେ ସନ୍ତୁଳିତ ସମାଜେ ଜୀବନ
ଦୃଢ ରହେ ଦେଶ ସ୍ଥିତି ।

