STORYMIRROR

LALIT MOHAN DASH

Abstract Horror Inspirational

4  

LALIT MOHAN DASH

Abstract Horror Inspirational

ମୋ ଅନୁଭୂତି ର ହୋଲି

ମୋ ଅନୁଭୂତି ର ହୋଲି

1 min
404


ମନେ ପଡେ ମୋର ପିଲା ଦିନ କଥା

   ଖେଳୁଥିଲୁ ଆମେ ହୋଲି

ପିଚିକାରି ସଙ୍ଗେ ଫଗୁ ରଙ୍ଗ ପୁଣି 

   ଦେହେ ହେଉଥିଲୁ ବୋଳି।


ନ ଥିଲା କାହାର କୁତ୍ସିତ ଭାବନା

   ନ ଥିଲା ତ ରାଗ ରୋଷ

ଶାଶ୍ଵତ ପ୍ରତିରେ ରଙ୍ଗ ଖେଳୁଥିଲେ

  ସାଜି କି ବାନର ବେଶ।


ସରାବର ଚିହ୍ନ ନ ଥିଲା ସେ ବେଳେ

   ନ ଥିଲା ମାଦକ ଦ୍ରବ୍ୟ

ସ୍ନେହେ ଶ୍ରଦ୍ଧା ପ୍ରେମେ ରଙ୍ଗାୟିତ ଥିଲୁ

   ଥିଲା ଖାଲି ପ୍ରତି ଭବ୍ୟ।


ରାଧା କୃଷ୍ଣଙ୍କର ଯୁଗଳ ମୂରତି

    ମନବର ଶିକ୍ଷା ପାଇଁ

କଳୁଷିତ ଆଜି ଏ ଯୁବ ସମାଜ

   କିଛି ବି ଶିଖିଲେ ନାହିଁ।


ହେ ରାଧା ମୋହନ ଦିଅ ଦିବ୍ୟଜ୍ଞାନ

   କଣ୍ଠେ ସମସ୍ତଙ୍କ ବସି

ବିସ୍ତୀର୍ଣ୍ଣ ଭାବନା ଦିଅନ୍ତୁ ଠାକୁରେ

    ସଂସାର ଚାଲୁରେ ହସି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract