STORYMIRROR

Satyanarayan Sahoo

Horror Tragedy Action

4  

Satyanarayan Sahoo

Horror Tragedy Action

ଝଡ ଲୀଳା

ଝଡ ଲୀଳା

1 min
268


ମାଡି ଆସେ ପବନର

ବେଗ ତୀବ୍ରତର

ଉଡାଇ ନେଉଛି କାଠି

କୁଟା ଓ ପତର ॥୧

ସୁଉ ସୁଉ ରଡି ଛାଡି

ଥରାଇ ମେଦିନୀ

ମାଡି ଆସେ ଝଡି ବାତ୍ୟା

ଘେନି ଅନିକିନୀ ॥୨

ମୂଷଳ ଧାରାରେ ମେଘ

କଚାଡେ ପ୍ରବଳ

ଘୋଟି ଆସେ ଅନ୍ଧକାର

ଭୀମ ଭୟଙ୍କର  ॥୩

ତୁହାକୁ ତୁହା ଯେ ଏବେ

ପଡୁଛି କୁଳିଶ

ଚାଇଁ ଚାଇଁ ବିଜୁଳିର

ଚଞ୍ଚଳ ଝଲକ  ॥୪

କମ୍ଫି ଉଠେ ପ୍ରତି ଦୂଦ

ଭୟ ଆଶଙ୍କାରେ

ଭାଙ୍ଗି ପଡେ ଗଛ ବୂଛ

ଘୂର୍ଣ୍ଣି ଝଡ ମାଡେ ॥୫

ମଡ ମଡ ଖଡ ଖଡ

ଚଡ ଚଡ ରବ

ସାଥେ ମିଶେ ବିଘୂଣ୍ଣିତ

ବାତ୍ଯାର ତାଣ୍ତବ ॥୬

ଘୋଅ ଘୋଅ ତୀବ୍ର ନାନେ

କାନର ଅତଡା

ପଡି ଯାଏ ଉଡି ଯାଏ

ଛପର ଓ ନଡା ॥୭

କ୍ରମଶଃ ସୁତୀବ୍ରତର

ବଢି ଚାଲେ ଗତି

ପଶୁ ପକ୍ଷୀ ଜୀବକୂଳ

ଆକୁଳ ହୁଅନ୍ତି ॥୮

ଖାଦ୍ଯ ବସ୍ତ୍ର ବାସ ଛାଡି

ଦଉଡନ୍ତି  ଜନେ

ବେଗେ ଯାଇ ବସି ଯିବେ

କେଉଁ ଉଚ୍ଚ ସ୍ଥାନେ ॥୯

ଆବାଳ ବୂଦ୍ଧ ବନୀତା

ନିଜେ ନିଜ କଥା

ବୁଝୁ ଥିବା ଚାହିଁ ତୀବ୍ରେ

ଘୁରି ଯାଏ ମଥା ॥୧୦

ଚାଷୀ ଚାଷ କ୍ଷତି ହେବା

ଓ ଫସଲ ହାନୀ

ଭାଳି ଭାଳି ମନ ଦୁଃଖେ

କରୁଣ ଚାହାଣୀ ॥୧୧

ସଭିଏ ଭୀଷଣ ଶୋକେ

ଝଡ ର ପ୍ରକୋପେ

ଅଥୟ ଆକୁଳ ଚିର୍ତ୍ତେ

ନିଜ ନିଜ ବାସେ ॥୧୨

ବଡ ସାନ ଗଛ ଭାଙ୍ଗେ 

ମଡ ମଡ ରଡି

ଭୟଙ୍କର ପରିବେଶେ

ମାଡି ଚାଲେ ଝଡି ॥୧୩

ତୀବ୍ରତର ଗତି ତାର

ମହା ଭୟଙ୍କର

ପ୍ରାଣ ର ବିକଳେ ସର୍ବେ

ଅଥୟ କାତର ॥୧୪



Rate this content
Log in

Similar oriya poem from Horror