STORYMIRROR

Bharatabandhu Biswal

Horror Inspirational Others

4  

Bharatabandhu Biswal

Horror Inspirational Others

ବେଳ ହୁଁ ହୁଅ ସଜଗ

ବେଳ ହୁଁ ହୁଅ ସଜଗ

1 min
259


ଯନ୍ତ୍ର ଉପରେ ପ୍ରଯୁକ୍ତ ତନ୍ତ୍ର 

ନିଗୂଢ ବିଜ୍ଞାନ ମନ୍ତ୍ର 

ଉତ୍ପନ୍ନେ ଉପଜ ଭାରି ଭରକମ

ବିବିଧ ସାମଗ୍ରୀ ପଣ୍ଯ ।

ହୁଏ ତୀବ୍ରତର ଜୀବନର ଯାତ୍ରା

ଆବିଷ୍କାର ଉଦ୍ଭାବନ 

ପରୀକ୍ଷା ନିରୀକ୍ଷା ଚାଲେ ଘନଘନ

ସନ୍ଧାନ ଓ ଅନୁଧ୍ୟାନ ।

ଧ୍ବଂସାତ୍ମକ ଲକ୍ଷ୍ଯେ ଚାଲଇ ଭୀଷଣ

ପ୍ରଚ୍ଛନ୍ନ ପ୍ରତିଯୋଗିତା

କରେ ଅଭିବୃଦ୍ଧି ପୁଞ୍ଜି ଓ କ୍ଷମତା

ଅଲୋଡା ମାନବିକତା ।

ବଢେ ଅସ୍ଥିରତା ବିପଦ ସଙ୍କଟ

ମାନସିକ ଅବସାଦ 

ସମ୍ପଦ ଭ୍ରମରେ ବଢଇ ହିଂସ୍ରତା 

ପ୍ରମାଦ ଆତଙ୍କବାଦ । 

ବଢେ ମହାମାରୀ ରୋଗ ପ୍ରଦୂଷଣ

ହଜିଯାଏ ବୁଦ୍ଧିଜ୍ଞାନ

ଦୟା କ୍ଷମା ଶାନ୍ତି ସହନଶୀଳତା

ମହରଗ ସ୍ନେହପ୍ରେମ ।

ସମସ୍ଯା ବହୁଳ ଜୀବନେ ମଣିଷ

ମିଛେ ହୁଏ ଛନ୍ଦିମନ୍ଦି

ହୁଏ ବିସ୍ଥାପିତ ବଢେ ଦରିଦ୍ରତା

ବେକାର ହୁଅଇ ଧନ୍ଦି ।

ବିଜ୍ଞାନର ନାହିଁ ହୃଦୟ ମସ୍ତିଷ୍କ 

ହୋଇଲେ ଦୁରୁପଯୋଗ

ହୋଇବ ବିନାଶ ସମାଜର କ୍ଷତି

ବେଳ ହୁଁ ହୁଅ ସଜଗ ।


Rate this content
Log in

Similar oriya poem from Horror