STORYMIRROR

Jayantika rana

Horror

4  

Jayantika rana

Horror

ଏନ୍ତା କଲେ କେନ୍ତା ହେତା

ଏନ୍ତା କଲେ କେନ୍ତା ହେତା

1 min
356

    ଏନ୍ତା କଲେ କେନ୍ନ୍ତା ହେତା

 ଯଦି ଟୁକେଳ ଯାଏତା ପିଲା କେ ଦେଖି

ପଚରାତା ଜାନ୍ ସ କିନି ଗୋ ପଢି ଲେଖି

    ପାର୍ବ କିନି ମତେ ପୁଷି

ଢେଲା ଆଖି ବଳି ବହାନି ନେତା

ନାଇ ସୁଜୁଲା ବଳି ଖବର ପଠାତା

ଇ ବାହାନି ବାର୍ ଦୁଃଖ ଟା

      ପିଲା ବି ତ ଜାନ୍ ତା 

    ଏନ୍ତା କଲେ କେନ୍ତା ହେତା ହୋ

    ଏନ୍ତା କଲେ କେନ୍ତା ହେତା ।


ଡକା ହେତା ଗୁଟେ ସ୍ଵୟମ୍ୱର୍ ଶୋଭା

ଟୁକେଲ କହେତା ବଡ ଦବା ଦବା

ଜେନ୍ତା ରାମ ଜିତିଥିଲେ ମୌଥେଲି

ଅର୍ଜୁନ ଜିତିଥିଲେ ପାଞ୍ଚାଳୀ

 ପିଲା ମାନେ ଦେତେ ଦୁଇଟା ପରୀକ୍ଷା

ଗୁଟେ ନିଶା ଆର୍ ଯୌତୁକ ପ୍ରଥା

  ମିଟି ଜାଏତା ସବୁ ଯୌତୁକ ଚିନ୍ତା

 ଇ ଯୌତୁକ ଲାଗି ଝି ଟେ କେବେ ନି ମର୍ତା

ଆର୍ ଯୌତୁକ ବିନା ଯଦି ଵିହା ଟେ ହେତା

 ଏନ୍ତା କଲେ କେନ୍ତା ହେତା ହୋ

  ଏନ୍ତା କଲେ କେନ୍ତା ହେତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror