ଅମାବାସ୍ୟା
ଅମାବାସ୍ୟା
ଆଲୋକ ଅନ୍ଧାର ଦୁହେଁ ପରସ୍ପର
ନିବିଡ ବନ୍ଧନେ ଯୁକ୍ତ
ଏକ ବୁଝୁ ଥାଏ ଅନ୍ୟର ଭାବକୁ
ଚାତକ ପରାଏ ନେତ୍ର ।
ପୂର୍ଣ୍ଣଚନ୍ଦ୍ର ନିଏ ବିଦାୟ ମେଲାଣି
ସ୍ଥାନ ଦିଏ ଅନ୍ଧକାରେ
ସେହି ଅନ୍ଧକାର ଯେବେ ବଢ଼ି ଯାଇ
ଶେଷ ଅମାବାସ୍ୟା ଘରେ ।
ପ୍ରତ୍ୟହ ମାହରେ ଅଧାପକ୍ଷ ଥାଏ
ପନ୍ଦର ଦିବସ ଧରି
ସେହି ଅଧା ପକ୍ଷ ତମସା ରାଣୀ ଯେ
ଆନନ୍ଦ ପଡ଼ଇ ଝରି ।
ଆପଣା ଶକ୍ତିରେ ଢାଙ୍କେ ସେ ଚନ୍ଦ୍ରକୁ
ଗହଣ ଲାଗଇ ଦେହେ
ନିଶି ବିନୋଦିନୀ ସାଜି ମୁକ୍ତ କେଶା
ପଡ଼ିଛି ଅନ୍ଧାର ମୋହେ ।
ଅମାବାସ୍ୟା ରାତେ କଳାଯାଦୁ ପାଇଁ
ତାନ୍ତ୍ରିକର କାଳୀ ପୂଜା
ପର ଧନ ଲୁଟି ଖଣ୍ଟ ତସ୍କର ଯେ
କରନ୍ତି ଆନନ୍ଦେ ମଜା ।
ଅମାବାସ୍ୟା ତିଥି ଅତୀବ ମହତ୍ତ୍ଵ
ଅତୃପ୍ତ ହୁଅନ୍ତି ତୃପ୍ତ
ପିତୃ ଶ୍ରାଦ୍ଧ ବାଢ଼ି ସନ୍ତାନ ଗଣ ଯେ
ପିତୃ ଋଣରୁ ଯେ ମୁକ୍ତ ।
ଅମାବାସ୍ୟା ଆଣେ ସାବିତ୍ରୀ ବ୍ରତ ଯେ
ସୀମନ୍ତିନୀ ପତି ପ୍ରାଣା
ହିନ୍ଦୁ ଧର୍ମ ପାଠେ ଧନ୍ୟ ହୁଏ ନାରୀ
ପତି ଯେ ହୃଦ ଗହଣା ।

