STORYMIRROR

Debadatta Jena

Horror Tragedy Inspirational

3  

Debadatta Jena

Horror Tragedy Inspirational

ବ୍ରହ୍ମ ସତ୍ୟ.. .

ବ୍ରହ୍ମ ସତ୍ୟ.. .

1 min
299


ହେ ପ୍ରିୟ ମାନବ, 


ଜୀବ ଶ୍ରେଷ୍ଠ ତୁମେ, ଯୁଗ ଶ୍ରେଷ୍ଠ ତୁମେ, 


ସବୁ ଅସମ୍ଭବରେ ତମେ ଯେ ସମ୍ଭବ, 


ତୁମେ ସୃଷ୍ଟି ସଂରକ୍ଷକ, 


ହେ ମହା ମାନବ,ଜୀବ ଜଗତରେ 


ତୁମେ ସୃଷ୍ଟି ବିଲକ୍ଷଣ..!


ହଁ, ଚନ୍ଦ୍ରରେ ବି ତବ ପଦ ଚି଼ହ୍ନ ସ୍ପଷ୍ଟ, 


ମଙ୍ଗଳ ଗ୍ରହରେ ଗୌରବ ବିମଣ୍ଡିତ, 


ସ୍ପର୍ଦ୍ଧିତ ଧ୍ବଜା,ବିଜୟ ତିଳକ, 


ଏ ସୃଷ୍ଟି ବୈଚିତ୍ର୍ରେ,ବୈଚିତ୍ର ମୟ 


ମଙ୍ଗଳ ମୟ ହେ, ହେ ଯୁଗ ପୁରୁଷ, 


ସୃଷ୍ଟି ଓ ସ୍ଥିତିର ପୂର୍ଣ୍ଣ ପ୍ରତିଶ୍ରୁତ 


ସର୍ଜନା ସଂଭବେ ଅସ୍ୱାଭାବିକ ତୁମେ.. 


ସ୍ୱାଭାବିକତାରେ 


ତୁମେ ସ୍ୱୟଂ ସରଂକ୍ଷଣ..!


ହେ ଅତି ମାନବ, ସୁଯୋଗ୍ୟ ଦାୟାଦ 


ତୁମ ଅବସ୍ଥିତି,ସର୍ବାଗ୍ରେ ସର୍ବସ୍ବ, 


ଅଲଂଘ୍ୟରେ ଲଂଘ୍ୟ,ସର୍ବ ଶ୍ରେଷ୍ଠ ତୁମେ, 


ସକଳ ସୃଷ୍ଟିରେ, ସ୍ୱୟଂ କିମାଆଶ୍ଚର୍ଯ୍ୟ, 


ତୁମେ ହିଁ ତ ଧାତା, ସ୍ୱୀୟ ପ୍ରତିଷ୍ଠିତ, 


ଯନ୍ତ୍ର ତନ୍ତ୍ର ମନ୍ତ୍ର, ତୁମରି ଆୟୁଧ, 


ଯୁଗ ସଂରଚନା, ରଚନା ସମ୍ଭୂତ, 


ସ୍ୱୟଂ ରକ୍ଷାକର୍ତ୍ତା,ସ୍ଵୟଂଭୂ ରକ୍ଷକ, 


ସେଥିପାଇଁ ବୋଧେ.. 


ତୁମେ ଏ ଜଗତ ସ୍ଫୁରଣ..!


କିନ୍ତୁ.., 


ହେ ଅତି ମାନବ, ମାନବ ରକ୍ଷକ, 


ସ୍ୱୟଂ ସିଦ୍ଧି ପାଇଁ ସ୍ୱୀୟ ଅଭକ୍ଷ୍ୟକ, 


ବ୍ରହ୍ମା ବରେ ଯେବେ 


ବଳିୟାନ ତୁମେ, 


ଧରାକୁ ମଣୁଛ ସରା ଜ୍ଞାନ ସମ 


ବ୍ରହ୍ମସ୍ଵ ତେଜରେ ଅନିୟନ୍ତ୍ରିତ ଯେବେ, 


ଅତି ଦର୍ପେ ପୁଣି ସ୍ୱର୍ଣ୍ଣ ଲଙ୍କା ହତ 


ଶିବ ବର ପାଇଁ ଭସ୍ମାସୁର ସାଜ 


ଆପଣାରେ ହସ୍ତରେ, ନିଜ ଜିହ୍ୱା ଚ୍ଛେଦ, 


ହୁଅ ସାବଧାନ, ଆହେ ନରାଧମ 


ରକ୍ଷକ ତୁମେ ନ ହୁଅ ଭକ୍ଷକ..!


ହେ ଦେବ ତୁମେ, ତୁମେ ଦେବ ଦେବ 


ତୁମେ ଏ ସୃଷ୍ଟିର ସ୍ୱୟଂ ସୁନିୟନ୍ତ୍ରକ, 


ତଵ ଆଶିଷରେ ସୃଷ୍ଟି ନିୟନ୍ତ୍ରିତ 


ନିୟନ୍ତ୍ରଣେ ସଦା,ପୟୋଧି ପ୍ରଳୟ 


ଏ ମହାମାରୀରୁ ଶିକ୍ଷା ନେଉ ଅଛ 


ମାନବ ନୁହଁଇ, ନିଜର ଈଶ୍ୱର, 


ସେ ହିଁ ଈଶ୍ୱର, ସେ ଅବିନେଶ୍ୱର 


ସ୍ଵୟଂଭୂ ସମ୍ଵବେ ଏ ସୃଷ୍ଟି ସମ୍ଭବ..!


ତୁମେ ହିଁ ପ୍ରକୃତି, ତୁମେ ହିଁ ପୁରୁଷ 


ସେ ହିଁ ପ୍ରଳୟ,ଏ ଜୀବେ ପରମ, 


ଏ ମହା ସଙ୍କଟୁ ଉଚିତ ଶିକ୍ଷା ଇଏ, 


ସ୍ୱର୍ଗକୁ ନିଶୁଣି ବାନ୍ଧେ ସିନା ଜନ 


ସେ ଇଚ୍ଛାମୟ ସେ ପରାତ୍ପରଃ, 


ଏ ଛାର ମାନବ, ନୁହେଁ ସର୍ଵଜ୍ଞlତ 


ଜାଣୁଛି ଆଜି ସେ ଯନ୍ତ୍ରବତ ପୁଣି 


ଯେଉଁଠୁ ଆରମ୍ଭ, ହୁଏ ପୁଣି ଶେଷ, 


ଶେଷରୁ ଆରମ୍ଭ ପୁନଃଶ୍ଚ ପୁନଃତ, 


ଏ ଜଗତ ମିଥ୍ୟା, ବ୍ରହ୍ମ ସତ୍ୟ..!


 





  






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror