STORYMIRROR

Sonali Swain

Horror Tragedy Others

3  

Sonali Swain

Horror Tragedy Others

ଲକଡାଉନ

ଲକଡାଉନ

1 min
255


 ବାପା କହୁଥିଲେ 

 କାଲି ଆମ ବଜାରରେ ଯୋଉ ଆଳୁ କିଲୋ "ଷୋହଳ"ଟଙ୍କା ଥିଲା 

 ଆଜି କ'ଣ ସେ "ଛତିଶ" କୁ ଛୁଇଁଛି 

 ଅଢେଇଶ ଟଙ୍କାରେ 

 ଅଧ ବ୍ୟାଗ ପରିବା ବି ମିଳିବା ମୁସ୍କିଲ 

 ଆମ ଘର ପାଖ ପରିବା ଦୋକାନରେ... 



କାଲି ସଂଧ୍ୟା ରେ ଶ୍ରୀଯୁକ୍ତ ସୁବ୍ରତ ବାଗ୍‌ଚୀଙ୍କ

ଭାଷଣ ଶୁଣିବା ପରେ 

କୁଆଡେ ରାସନ ଦୋକାନ ରେ ନାହିଁ ନଥିବା ଭିଡ 

ଭାଇ କାଲି ସୋରିଷ ତେଲ ପାଇଁ ଯାଇ, 

ଅଧା ଲିଟିରିଆ ରିଫାଇନ ତେଲ ଟିଏ ଧରି ଫେରି କହୁଛି 

ଯାହା ମିଳୁଛି, ସେଇଥିରେ ଚଳାଅ ରେ... 




ଏକଷଠି ବର୍ଷ ର ବୁଢା 

ଶୁକୁଟା ମଉସା ଆମ ଗାଁର 

ତା ଅଟୋ ରେ କୁଆଡେ ଚାରିଟା ପାସେଞ୍ଜର ନେଇ 

ବିଲ ପଟେ ଲୁଚି, ପାଖ ଗାଁ କୁ ଯାଉଥିଲା 

ଅଟୋ ସହ ଏବେ ବୁଢା କୁଆଡେ ଥାନାରେ ବସିଛି....



ହାଟ ପିଣ୍ଡି ରେ ବସି 

ଯିଏ ଆଜି ତାସ ପାଲି ପକାଇଥିଲେ 

ପୋଲିସ କୁଆଡେ ଆଜି ତାଙ୍କ ଉପରେ ଲାଠି ଚାର୍ଜ କରିଛି 

ଭଲ ହେଇଛି..

ଦେଶର ପ୍ରଧାନମନ୍ତ୍ରୀ ହାତ ଯୋଡିବା ପରେ ବି 

ମୁଣ୍ଡରେ ପଶୁନି କେଜାଣି ଏମାନଙ୍କର କେମିତି କିଛି... 


ରାଜ୍ୟ ବାହାରୁ ଆସିଥିବା ପଦ୍ମଲୋଚନ ଭାଇ 

କୁଆଡେ "ହୋମ କ୍ବାରେନଟାଇନ୍"ରେ ଅଛି 

କିଏ ଆସି ପରଖୁଚି ଯେ 

ସ୍ବୀକାରୋକ୍ତି ରେ ଲେଖିଦେବା ପରେ 

ଚୁକ୍ତିନାମା ରେ ସ୍ବାକ୍ଷର ପରେ 

ସେ ସବୁ କିଛି ଠିକ ଠାକ ମାନୁଛି କି ନ ମାନୁଛି 




ଫୁଲେଇ ନାନୀ ପୁଅ କାଳେ

ତା ପ୍ରେମିକା କୁ ଦେଖିବାକୁ 

ପାଖ ଗାଁ କୁ ଯାଉଥିଲା ବେଳେ 

ପୋଲିସ ହାବୁଡ଼ ରେ ପଡି କାନ ଧରି ଉଠ ବସ ହେଇଚି 

ପଚାରିବାରୁ ଆମକୁ ସବୁ କହୁଛି, 

କିଏ ଜାଣେ ଆଉ କେବେ ଦେଖା ହେବ..

ଯାଇଥିଲି ସେ ପାଗେଳୀ କୁ କହିବାକୁ 

ଘରେ ରୁହ, ସୁସ୍ଥ ରୁହ ବୋଲି ବୁଝାଇଦେଇ ଆସିଛି......



News ରେ କହୁଥିଲା ସରକାର କାଳେ ଯୋଗାଇ ଦେବ

ଘରକୁ ଘର ଡାଲି , ଚିନି, ଚାଉଳ..

ସାମାଜିକ ଦୂରତା ବଜାଇ ରଖିବାକୁ ହେଲେ 

ଗାଁ ରୁ ସହର ସବୁଠି ହେବାକୁ ହେବ ପୁରା ତତ୍ପର... 

ସମସ୍ତେ ନିଜକୁ ନିଜେ ଟିକେ ଘରେ ବନ୍ଦୀ ରଖି 

ଚାଲନ୍ତୁ ବିନାଶ କରିବା ଏଇ ମୃତ୍ୟୁର ଭାଇରସ କରୋନାର..... 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror