STORYMIRROR

Sonali Swain

Romance Action Thriller

3  

Sonali Swain

Romance Action Thriller

ଜହ୍ନ ଜଙ୍ଗଲ

ଜହ୍ନ ଜଙ୍ଗଲ

1 min
244


ନା ମୋତେ ଛୋଟବେଳର 

ବୁଢ଼ୀ ଅସୁରୁଣୀକୁ ଭେଟିବାର ଥିଲା 

ନା ମୋର ତା ପିଠା ଗଛରୁ 

ମଣ୍ଡା ପିଠା ଚିହ୍ନିବାର ଥିଲା 

ବାସ ଆଉ ଥରେ ମୋତେ 

ଜଙ୍ଗଲକୁ ଭେଟିବାର ଥିଲା...



ସେଦିନ କଥା ଛଳରେ 

ଜଙ୍ଗଲର ସବୁଠୁ ମୋଟା ପିଆଶଳା ଗଛର ହୃଦୟରେ 

ତା ଛାତି ଚିରି, ପଥରରେ ଖୋଳି

ତମେ ଯୁକ୍ତ ଚି଼ହ୍ନ ସହ 

ଲେଖିଥିଲ ତୁମ ନା ଆଉ ମୋ ନା.... 

ତା ଶରୀରର ଯନ୍ତ୍ରଣାକୁ ତମର ପରୱାଅ ନଥିଲା 

ତା ହୃଦୟର ରକ୍ତକୁ ତୁମର ବେଖାତିର ଥିଲା 

ବାସ ମୋତେ ଆଜି ଦେଖିବାର ଥିଲା 

ଶେଷରେ ପାନ ପତ୍ର ପରେ 

ଯୋଉ ତୀର ଚି଼ହ୍ନ ରହିଥିଲା 

ଆଜି ଏଇ ବେଳରେ ଥିଲା ନା

ପିଆଶାଳ ଛାତିରେ ଆମ ପ୍ରେମ ଇତିହାସ ବିଲିନ ହେଇଥିଲା 



ଜଙ୍ଗଲରେ 

ବାଘ ଆଉ ସିଂହି ର ସମ୍ପର୍କ ଦେଖି 

ତମେ ବି ସେଦିନ 

ଖାତା ଧରି କଶୁଥିଲ ପ୍ରେମ ଅଙ୍କ

ରୁଟ ସହ ଫରମୁଲା ପକାଇ 

ପ୍ଲସ ଆଉ ମାଇନସରେ 

ଟିକେ ପ୍ରେମ ମିଶାଇଦେଇ 

ଚଟକିନ ରଖୁଥିଲ ଉତ୍ତର 

ମୋତେ ବାସ ଆଜି ଟିକେ

ପ୍ରେମର ପୁରୁଣା ଅଙ୍କ କଷିବାର ଥିଲା...



ତୁମ ପାଇଁ 

ଜଙ୍ଗଲ ଟା ଜଙ୍ଗଲ ନୁହେଁ 

ଆଉ ଗଛ ସବୁ ଗଛ ନୁହନ୍ତି 

ତୁମେ ସବୁ ଗଛକୁ ବିନା କାରଣର ଦୋଷ ଲଦ

ମୁକ ବଧିର ର ସଂଜ୍ଞା ଲଦିଦେଇ 

ସବୁ ପ୍ରେମୀଯୁଗଳଙ୍କର ମୁକ ସାକ୍ଷୀ କହି 

କେଜାଣି କାହିଁ ଖୋଜି ବସ ଅନେକଙ୍କ ପ୍ରେମ ଇତିହାସ 


ତୁମକୁ ଜଙ୍ଗଲ ସେପାଖ ଆକାଶଟା 

ସମୁଦ୍ର ପରି ଦିଶେ 

ଆଉ ଆକାଶ ପାଖର ସେ ଜହ୍ନଟା 

ଜଙ୍ଗଲର ପ୍ରେମିକା ପ୍ରେମିକା ବାସେ 

ଜଙ୍ଗଲର ସବୁଠୁ ଲମ୍ବା ରେଡଉଡ଼ ଗଛକୁ 

ତୁମେ ପୁଣି ଥରେ ରାଣ ଦିଅ 

ଆଉ ଚିଡ଼ାଇ କୁହ 

"ଆଉ ଟିକେ ଲମ୍ବା ହୁଅ ପ୍ରିୟ, ଆଉ ସେ ସୁନ୍ଦରୀ ଜହ୍ନକୁ ଛୁଅ" 


ଆଜି ସହରରେ ଚର୍ଚ୍ଚା ଉଠେ 

ତୁମେ କାଳେ ଜଙ୍ଗଲର ପ୍ରେମିକାର ପ୍ରେମରେ 

ଓଃ କେମିତି କହିବି ତୁମକୁ 

ପ୍ରେମ ସହ ସମ୍ପର୍କ କଣ ସେ କଳଙ୍କର? 

କଳଙ୍କ ଯୁକ୍ତ ସମ୍ପର୍କ 

ବା କଳଙ୍କି ଯୁକ୍ତ ଲୁହ 

କେତେ କ୍ଷତ ଆଣିଦିଏ ହୃଦୟରେ 

ବାସ ମୋତେ ତ ଥରେ 

ରେଡ ଉଡ଼ ପାଖୁ ଜହ୍ନର ଠିକଣା ଟିପିବାର ଥିଲା...




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance