STORYMIRROR

Sonali Swain

Action Inspirational Others

3  

Sonali Swain

Action Inspirational Others

ଭାଇ

ଭାଇ

1 min
283


ସେ ଦୁଃଖ ସବୁ କୁ ' ଫୁ 'କରି 

ଚୁଟିକି ମାରି ଉଡାଇବା ଶିଖିଛି, 

ସେ ହସ ହସ ମୁହଁ ପଛରେ 

ଦୁଃଖ ଲୁଚାଇବା କଳା ଟା ବି ଶିଖିଛି... 



ଯନ୍ତ୍ରଣା କୁ ସେ ତା ହସ ପଛରେ ଲୁଚାଇ 

ନିଜ ଅଭାବ କୁ ପକେଟ ମନି ରେ ମିଶାଇ 

ହାରିଲେ ବି ସେ ପଛକୁ ପାଦେ ଘୁଞ୍ଚେନି 

ସେ କାନ୍ଦିଲେ ବି କାଇଁ ଲୁହ ତାର କେବେ ଦିସେନି 


ବାପାଙ୍କ ନାଲି ଆଖି ତଳେ 

ତାର ଚାପି ହେଇ ଯାଏ ଅଭିଯୋଗ,  

ବୋଉ ର ପଣତ କାନି ବି ଅଭାବ ପଡେ

ଘୋଡାଇବାକୁ ଗାଁ ଲୋକ ଙ୍କ 

"ଏତେ ବଡ ପାଠୁଆ ପୁଅଟା ଚାକିରୀ ନ କରି ବାପା ପଇସା ଖୋଳ କରୁଛି ର" ତାତ୍ସଲ୍ୟର ବାକ୍ୟ... 



ଚାକିରୀ ପାଇଁ ଭୁବନେଶ୍ୱର ରେ ବୁଲିବୁଲି 

ବର୍ଷକୁ ଭାଇ ର ତିନିହଳ ପାରାଗନ ଚପଲ ଘୋରେ 

ଆଉ ସବୁ ଇଣ୍ଟରଭିଉ ଦିନ ଦୀପ ଜାଳି ଜାଳି 

ବୋଉ ବର୍ଷ କୁ ଚାରିଲିଟର ଗାଇ ଘିଅ ସାରେ... 



ସେ ମାଙ୍କଡ ଟା,  

ମୁଁ ପରୀକ୍ଷାରେ ଫାଷ୍ଟ ହେଲେ ସେ ହସ 

ଆଉ ଗୀତ, ନାଚ ରେ ଲାଷ୍ଟ ଆଡୁ ଫାଷ୍ଟ ହେଲେ ବି ସେ ହସେ 

ମୁଁ କାନ୍ଦିଲେ ସେ ହସେ 

ଆଉ ହସିଲେ ବି ମୋ ସହ ମିଶି ଦାନ୍ତ ଦେଖାଇ ହସେ 


ତା ସୈତାନି ଆଖି ଖୋଜି ନିଏ 

ମୁଁ ଲୁଚାଇଥିବା ସ୍କୁଟି ଚାବି ଜାଗା ର ଠିକଣା 

ତା ସହ ମୋ ଅଧାଖିଆ ଚକୋଲେଟର 

ଆଉ କୋଉଠି ବଞ୍ଚିଯାଇଛି ଆଉ କେତେ ଅଣା...


ତା ଆଖିର ଲୁହ କେବେ ଦେଖିନି 

ତା କାନ୍ଦ କେବେ ଶୁଣିନି 

ସେ କେବେ ଦିନେ ଅଧେ ଭାଙ୍ଗିନି 

କି ବାଛ ବିଚାର ପାଇଁ ଜିଦି ଟିକେ ବି କରିନି...


ମୋ ସବୁ ପ୍ରଶ୍ନର

ସେଇ ସମାନ ଉତ୍ତରଟେ ଫିଙ୍ଗେ ମୋ ଉପରକୁ 

"ମୋ ଭଉଣୀ ପାଇଁ ଆକାଶ ରୁ ଜହ୍ନ ଆଣିବା ଦାଇତ୍ୱ ଟା ମୋର 

ମୁଁ ପରା ବଡ ପୁଅ ମୋ ବାପା, ବୋଉ ଙ୍କର "..... 







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action