STORYMIRROR

Sonali Swain

Abstract Inspirational Thriller

4  

Sonali Swain

Abstract Inspirational Thriller

ପ୍ରେମ ପରିମିତି

ପ୍ରେମ ପରିମିତି

1 min
297


ଫି ଦିନ ମୁଁ ଅବସୋସରେ 

ଭାଙ୍ଗି ପଡେ 

ଯେବେ ତୁମେ ସ୍କେଲ ପକାଇ ମାପ 

ମୋ ଦୁଃଖର ପରିସୀମା 

ଆଉ ଲୁହର କ୍ଷେତ୍ରଫଳ....


ଯେବେ ଗ୍ରାମ ଗ୍ରାମ କରି ଓଜନ କର 

ମୋ କୋହକୁ 

ମୁଁ ଝୁଣ୍ଟି ପଡେ 

ବାରମ୍ବାର , 

ବାଟ ହେଉ ଅବା ଅବାଟରେ 


ଖୁସି ଏକ ବୃତ୍ତ

ନା ହସ ଏକ ତ୍ରିଭୁଜ ଯୁକ୍ତିରେ 

ଯେବେ ମୁଁ ହାରିଯାଏ 

ନିଦ ଭାଙ୍ଗେ ମୋର ଅଧ ରାତିରେ 

ସେ ହେଉ ସମୟ କି ଅସମୟରେ..... 


ଦୁଇ ଗୁଣନ ଦୈର୍ଘ୍ୟ ଯୁକ୍ତ ପ୍ରସ୍ଥ ଫର୍ମୁଲାରେ 

ଯେବେ ତୁମେ ଯନ୍ତ୍ରଣାକୁ ମାପିବ ବୋଲି କୁହ,

ମୁଁ ଶବ୍ଦଶୂନ୍ୟ ହେଇ 

ଗାଢ଼ ନିଦ୍ରାରେ ଶୋଇବାକୁ ଚାହେଁ 

ଉଦୁଉଦିଆ ଖରାବେଳ ଟାରେ... 


ରାତିଦୁଇ ଟାରେ 

ସରୁ ସରୁ କଣ୍ଠରେ 

ତମେ ମୋତେ ସବୁଦିନ ପଚାର 

ଯଦି ଆମ ହୃଦୟ 'ହାର୍ଟ ସେପ' ନ ହେଇ 

ଗୋଟେ ଆୟତଘନ ଆକାର ନେଇଥାନ୍ତା,

ତାହେଲେ କଣ ଜୁଲୋଜି ପ୍ରାକ୍ଟିକାଲରେ

ଗୋଟେ ଜିଓମେଟ୍ରି ବକ୍ସ ଥୁଆ ହେଇଥାନ୍ତା ?


ଯେବେ ତୁମେ ଉତ୍ତର ନଥିବା ପ୍ରଶ୍ନ କର 

ମୁଁ ପ୍ୟାକ କରିନିଏ  

ମୋ ସବୁ ଖୁସିକୁ 

ଅଧା ଖିଆ ପାର୍ଲେଜି ବିସ୍କୁଟ ପ୍ୟାକେଟରେ..


ମୁଁ ପୁନର୍ବାର ରୁହେ ନିରୁତ୍ତର

ଯେବେ ତମେ ପ୍ରଶ୍ନ କର, 

କୁହ କୁହ ମୁଁ ପାଗଳ 

ନା ମୋତେ ଭଲ ପାଉଥିବା ପ୍ରତ୍ୟେକ ମଣିଷ 

ଜଣେ ଜଣେ ପାଗଳ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract