STORYMIRROR

Sonali Swain

Abstract

2  

Sonali Swain

Abstract

ତୁମେ କେବଳ ମୋର

ତୁମେ କେବଳ ମୋର

1 min
154

ଯେବେ ପୁର୍ଣ୍ଣଚ୍ଛେଦ ର ଉପସ୍ଥିତ ଜାଣି 

ବାକ୍ୟରେ ଶେଷ ସ୍ପର୍ଶ ଦେଇ 

ମୁଁ ଯେବେ ହାତକୁ ବିଶ୍ରାମ ଦିଏ 

ତୁମେ ତ ଆରମ୍ଭ କର ସେଇ

ପୁର୍ଣ୍ଣଚ୍ଛେଦର ଚି଼ହ୍ନରୁ 

ଏକ ଦୀର୍ଘ ଉପନ୍ୟାସ

ଆଉ ମୋତେ ଚିଡ଼ାଇ କୁହ 

ଆରେ ପାଗେଳୀ, 

ସତରେ କଣ, ସବୁ ଶେଷ ହୁଏ 

ଏଇ କୁନି ପୁର୍ଣ୍ଣଚ୍ଛେଦ ରେ


ଯେବେ ଅନ୍ଧାର ର 

ଆଗମନ ରେ, 

ଭୟବିତ ହେଇ ଯେବେ ମୁଁ 

ଆଖି ବନ୍ଦ କରିଦିଏ

ପ୍ରତିଫଳନର ରଶ୍ମି ଦେଇ 

ସେଇ ଅନ୍ଧାରର କୋଠରୀରୁ 

ତୁମେ ଖୋଜିଦିଅ ଉଜ୍ୱଳିତ ଆଲୋକଗଣ

ଆଉ ତୁମ ମୁହଁ ସ୍ପଷ୍ଟ ବାରି ହେଇପଡ଼େ 

ସେଇ ତୀକ୍ଷ୍ଣ ଆଲୋକରେ


ଯେବେ ଅମାବାସ୍ୟା ଆକାଶରେ 

ଜହ୍ନ ର ଅନୁପସ୍ଥିତରେ 

ସାରା ଆକାଶଟା ଖାଁ ଖାଁ ଲାଗେ 

ତମେ ଆସ ସେ ତାରା ଙ୍କ ଗହଳିରେ 

ଚିକମିକି ହେଇ

ଜିଭ ଦେଖାଇ ବହୁତ ଚିଡ଼ାଇ 

ଆଉ ଖୁବ ରଗାଇ

ପୁଣି ଲୁଚିଯାଅ ସେଇ ତାରାଙ୍କ ପଛରେ


ଯେବେ ସମୁଦ୍ରକୁଳ ରେ 

ମୁଁ ଏକାକୀ ବସି ବାଲିଘର ତୋଳେ 

ତୁମେ ଲୁଚିକି ଆସ ସେ ସାଗରର ଲହରୀରେ 

ମୋ ବାଲିଘର ତୁମର ସ୍ପର୍ଶରେ ମୁରୁକି ହସେ 

ଆଉ ମୁଁ ଢେର ସାରା ଖୁସି ହୁଏ

ସେଇ ନୀଳ ସାଗର କୁଳରେ


ଯେବେ ଶାନ୍ତ ପରିବେଶରେ 

ଚୁପହେଇ ବସି ଯେବେ ତୁମକୁ ଖୋଜିଚାଲେ 

ତୁମେ ଆସ ସେଇ ଫୁଲେଇ ଫୁଲରେ 

ଦୁଷ୍ଟ ପ୍ରଜାପତି ସାଜି 

ଫୁଲ ସହ ଲୁଚକାଳୀ ଖେଳ 

ଶେଷ ରେ ତାକୁ ସ୍ପର୍ଶକରି 

ମୋ କ୍ରୋଧକୁ ତ୍ୱରାନ୍ୱିତ କର 

ମୁଁ ମୁରୁକି ହସେ

ଆଉ କୁହେ ତୁମକୁ 

ମୁଁ ଜାଣେ ଯାହା ହେଲେ ବି ତୁମେତ 

କେବଳ ହିଁ ମୋର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract