STORYMIRROR

Sonali Swain

Abstract Classics Inspirational

4  

Sonali Swain

Abstract Classics Inspirational

ଯୁକ୍ତତିନି, ଶେଷବର୍ଷ

ଯୁକ୍ତତିନି, ଶେଷବର୍ଷ

1 min
241


ଗ୍ରାଜୁଏସନ ପରେ,କିଛି ସ୍ବପ୍ନଙ୍କର

ଆକସିଡେଣ୍ଟ ହୁଏ ହାଇୱେ ଉପରେ

ଆଉ କିଛି ଆଶା,ଧୂଆଁ ହେଇଯାଏ

ଦଶଚକିଆ ଟ୍ରକର ହାୱାରେ...

ଓଡ଼ିଆ ପେପରରେ ହେଡଲାଇନ ଆସେ

"କ୍ୟାରିଅର ଟେନସନରେ ଏଠି ସ୍ବପ୍ନ ବୀଚ ରାସ୍ତାରେ ମରେ"



ଯୁକ୍ତତିନି,ଶେଷବର୍ଷ ଶେଷ କରିଦିଏ

ପାଠ ପଢା ସହ କିଛି ପିଲାଳିଆମୀ,

ଏଠି ଅନେଶ୍ୱତ ଭାଗ ପ୍ରେମ ମରେ

ପିଜି ହେଲାନି କି ତୋର ତାତ୍ସଲ୍ୟ ବାକ୍ୟରେ....


ପ୍ରେମିକା ନମ୍ବର କୁ ହୋଲଡିଂ ରେ ରଖି

ଜବ ସାଇଟ ରେ ଚାକିରି ଖୋଜାଚାଲେ

ଏଠି ନୌକାରୀ ଡଟ କମରେ ବି 

ମିଛ ଚାକିରୀ ପାଇଁ ଆଡ଼ ଘୁ୍ରିବୁଲେ..


ଶେଷ ବର୍ଷ ପରେ

ବିଶ୍ୱାସ,ଭରସା ବି ବନ୍ଧା ପଡ଼ିଯାଏ

ପ୍ରେମିକା ଆଖିରେ 

ପ୍ରେମିକା ଆଖିର ଲୁହ

କୋଉ ସମୁଦ୍ରଠୁ ବି କମ ଲାଗେନି

ଏଇ ଗ୍ରାଜୁଏସନ ପରେ....


ଚାକିରୀ ଖୋଜା

କଂପେଟେଟିଭର ନିଶାରେ,

ଅଧା ନିଦ ପାଉଁଶହୁଏ

ରାତି ସାଢେଦୁଇ ପରେ

ଆଉ କିଛି ମୁଠା ହସ

ମିଳେଇ ଯାଏ ସିଲାବସର ଛାତିରେ..


ଗ୍ରାଜୁଏସନ ପରେ,କିଛି ସ୍ବପ୍ନ ଙ୍କର

ଆକସିଡେଣ୍ଟ ହୁଏ ହାଇୱ ଉପରେ

ଆଉ କିଛି ଆଶା,ଧୂଆଁ ହେଇଯାଏ

ଦଶଚକିଆ ଟ୍ରକର ହାୱାରେ...













ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract