STORYMIRROR

Sonali Swain

Inspirational

4  

Sonali Swain

Inspirational

କଲମ ଓ କବିତା

କଲମ ଓ କବିତା

1 min
351


କବି, 

ତୁମେ ସଶସ୍ତ୍ର ହୁଅ 

ହାତରେ ତୁମ ହତିଆର ଧର 

ତୁମ କଲମ ମୁନ

ହଡ଼ବଡେ଼ଇ ଯାଉ 

ଲେଖିବାବେଳେ ଦୁଃଖ, କଷ୍ଟ, ଯନ୍ତ୍ରଣାର ବନାନ...


ତୁମ କଲମ ଇତିହାସ ଲେଖୁ କି ନଲେଖୁ 

ଆମର ଯା ଆସେ ନାହିଁ, 

ଆମେ ପଢିବାକୁ ଚାହୁଁ 

ଦୁଃଖକୁ ସମାଧି ଦେବା ର କବିତା 

କଷ୍ଟକୁ ଭୁଲିବାର ଉପାୟ 

ଆଉ ଯନ୍ତ୍ରଣାକୁ ବିଦାୟ କହିବାର ଚିର ସବୁଜ ଗପ 


କବି, 

ଆମେ ବିଶ୍ୱାସ ରଖୁ 

ତୁମେ ନିଶ୍ଚେ ଗଢି ପାରିବ 

ଏକ ନୂଆ ପୃଥିବୀ 

ତୁମେ ଲେଖିପାରିବ ନିଶ୍ଚେ ନୂଆକାବ୍ୟ 

ଯେଉଁଠି ହିଂସାର ଛାଇ ନଥିବ

ଈର୍ଷାର ପାଦ ଚି଼ହ୍ନ ନଥିବ

ଆଉ ନଥିବ,

କ୍ରୋଧର କଳାଜାଇ....



ତୁମ କଲମ ହତିଆର ହେଉ କି ନ ହେଉ 

ଆମର କିଛି କହିବାର ନାହିଁ.. 

ଆମେ ପଢିବାକୁ ଚାହୁଁ, 

ତୁମ ପ୍ରତ୍ୟେକଟି ସୃଷ୍ଟିର 

ନାରୀଙ୍କୁ ସମ୍ମାନ ଦେବାର କଳା ,

ବୃଦ୍ଧ ପିତାମାତାଙ୍କୁ ହଇରାଣ କଲେ, 

ଆଇନ ବହିର ଦଫା ଓ ଧାରା

ସେବା, କ୍ଷମା ଦୟାକୁ ଥିମ ନେଇ ଏକ ଭିନ୍ନ ଉପନ୍ୟାସ

ଆଉ ଶୁଣିବାକୁ ଚାହୁଁ 

ତୁମ ଦ୍ୱାରା ଲିଖିତ ଏକ ନୂଆ ପୃଷ୍ଠା ଇତିହାସ.. 

ଉଠ କବି, 

ତୁମେ ସଶସ୍ତ୍ର ହୁଅ... 






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational