ଭୋକର ଦାଉ
ଭୋକର ଦାଉ
ମାଟି ନେଲା କୋଳେଇ ଦୁଇ ଅନାଥ ବାଳକଙ୍କୁ
ପବନ ଭରିଛି ପେଟ ଭୋକ ନାହିଁ ତାଙ୍କୁ
ବାଜିବନି ଖରା, ଲାଗିବନାହିଁ ଶୀତଳ
ଆକାଶ ଢାଙ୍କି ଦେଲା ସୁଖର ଚାଦର ।
ହେ ମୋର ସନ୍ତାନ କେତେ ନିଦ୍ରାରେ ରହିବମ,
ଉଠ ଉଠ ବାବୁରେ ଡ଼ାକିଲାଣି କର୍ମ,
ତୁମ୍ଭ କର୍ମ ଅଟେ ପରା ପାଠ ଶଳାରେ,
କିପାଇଁ ପଡିଅଛ ଅରକ୍ଷିତ ହୋଇ ।
ହାତ ଧରି ନେବି ମୁହିଁ ଦେଖାଇ ନୂତନ ଆଲୋକ,
ଯୋଉଠି ଗଢ଼ା ହେବ ତୁମ ଜୀବନର ଦୀପ,
ସଭିଏଁ ପଢ଼, ସଭିଏଁ ବଢ ଥିଲାପରା ଆହ୍ୱାନ,
ଆଜି ନିଜର ଅଧିକାର ପାଇଁ ତୁମେ ଲଢ଼ ।
କହୁଛି ମୋ ଭାରତ ମା ଟି ମୋହରି ସନ୍ତାନ ତୁ ଟି
ଲୋଡ଼ା ନାହିଁ ତତେ କାହାରି ପରିଚୟ,
ଆଗ କୁ ଆଗ କୁ ବଢ଼ିଚାଲିବୁ କହି,
ମୋର ନାଆଟି ମୁ ଭାରତ ମାତାର ସନ୍ତାନଟି ।
