ଅତ୍ୟାଚାର
ଅତ୍ୟାଚାର
ମୋର ଯେତେ ସବୁ
ଭାବନା ଆଜି ବ୍ୟର୍ଥ
ସତେ ଯେମିତି ଭିନ୍ନ ଏ ପୃଥିବୀ,
ଫୁଲଟିଏ ମୁଁ
ଫୁଟିବାକୁ ଦେଲେ ତୋ ଫୁଟିବି ।
ଇଚ୍ଛା ହୁଏ ତୁଚ୍ଛ
ସ୍ଵପ୍ନର ବାଲିଘରେ ଛଟପଟ ପ୍ରାଣ,
ଉଡିବାକୁ କାହିଁ ଆକାଶ ?
ଲୁହ ନଈରେ ଯାଯାବର ମନ
ଖୋଜିଲେ ମିଳୁନି ସେ ପ୍ରଶ୍ନର ଉତ୍ତର,
ଆଶାୟୀ ହୃଦୟ
କଣ୍ଟାରେ ଆଘାତ।
କେତେ କଣ ଏଠି।
ଭୁଲି ବି ହୁଏନା କିଛି।
ଅଭୁଲା ପଣ ଦିଏ
ଭାରି ଯନ୍ତ୍ରଣା,
ବିଶ୍ଵାସ କାହିଁ !
ନିଶ୍ଵାସରେ ନାହିଁ ଚନ୍ଦ୍ରର ଠିକଣା ।
ହୁତୁହୁତୁ ହୋଇ ଜଳୁଥାଏ
ଦେହରେ ନିଆଁର ବାସ୍ନା,
ଖାଁ ଖାଁ ଲାଗେ ବୟସର ଋତୁ
ମୋତେ ପୁଣି ସାଉଁଟିବ
ଏଠି କେଉଁ ବା ସହର ?
ଏଠି ତୋ ଖାଲି
ଜଖମ ଛାତିରେ
ଉଜୁଡା ରାତିର ଖବର ।
ରାହା ଛାଡ଼ିଲେ
ସାହା ମିଳେନା ,
କାହା ପାଇଁ ଏଠି କିଏ ?
ତଥାପି ଡରିଡରି ତ ବଞ୍ଚିବାକୁ ହୁଏ ।

