STORYMIRROR

SIBENDU SARASWATA PANDA

Tragedy Crime Others

3  

SIBENDU SARASWATA PANDA

Tragedy Crime Others

ତୋ ପ୍ରେମ ଛଳନାମୟ

ତୋ ପ୍ରେମ ଛଳନାମୟ

1 min
262

ଦେଖିଥିଲି ଦିନେ ସିନ୍ଦୂର ସପନ

ମଥାରେ ତୋ ଦେବି ବୋଲି,

ଛଳନା ତୋହର ପ୍ରହାର କରିଲା

ନିଜ ରକ୍ତେ ଖେଳେ ହୋଲି।

ତୋର ହସ ମୁହଁ ପଦ୍ମ ରସ ପରି

ପାଗଳ କରିଲା ମୋତେ,

ଭ୍ରମର ପ୍ରାୟ ମୁଁ ତୋ ପ୍ରେମର ରସେ

ଖୋଜିବୁଲିଲି ଯେ କେତେ।

ବୁଝିକି ପାରିଲୁ ପ୍ରେମକୁ ମୋହର

ଗଲୁ କାହାସହ ଚାଲି,

ଭୁଲିଗଲୁ ସିନା ସବୁ ପ୍ରତିଶୃତି

ମୁଁ କି ପାରୁଛି ଭୁଲି।

ଆଜିବି ରହିଛି ବାଟକୁ ଚାହିଁ ତୋ

ଆସିବୁ ଦିନେ ନା ଦିନେ,

ତୋ ହୃଦୟ ସିନା ମୋତେ ଭୁଲିଗଲା

ଥିବୁ ତୁ ସଦା ମୋ ମନେ।

ଏତିକି କହୁଛି ପ୍ରିୟା ତୋତେ ଆଜି

ଭଙ୍ଗିବୁନି କା'ର ମନ,

ନୋହିଲେ ସେଦିନ ଆସିବ ନିଶ୍ଚୟ

ଛଳେ ଭାଙ୍ଗିବ ତୋ ପ୍ରେମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy