STORYMIRROR

SIBENDU SARASWATA PANDA

Others

4  

SIBENDU SARASWATA PANDA

Others

ନଟିଆ ଠାକୁର

ନଟିଆ ଠାକୁର

1 min
356

ନଟବର ତୁହି ନାଟ ଲଗାଉଛୁ

ତୋ ବଡଦେଉଳେ ରହି 

ସଭିଙ୍କୁ ଡାକୁଛୁ ପାଖକୁ ତୋହର

ମୋତେ ଡାକୁନାହୁଁ କାହିଁ?


ଦେଖିବାକୁ ତୋତେ ଇଚ୍ଛା ମୋ ପ୍ରବଳ

ଲଗା ଥରେ ତୋର ଡୋରି 

ତୋ ଚକା ଆଖିକୁ ଦେଖି ପଲକରେ

ପାପ ଯାଉ ମୋର ସରି।


ତୁଣ୍ଡ ମୋ ଝୁରୁଛି ତୋ ଅବଢ଼ା ଅନ୍ନ

ଆଉ ତୋର ନାମ ଗାନ 

ମୋ ଆଖି ଝୁରୁଛି ତୋ ଚକାନୟନ

କର୍ଣ୍ଣ ଝୁରେ ସଂକୀର୍ତ୍ତନ।


ଅଙ୍ଗ ପ୍ରତ୍ୟଙ୍ଗ ମୋ ତୃପ୍ତ ହୋଇଯିବ

ହେବ ପୂର୍ଣ୍ଣ ସବୁ କାମ 

ଏ ସର୍ବ ସମ୍ଭବ ତୋ ଦୟା ବଳରେ

ଡାକିଲେ ତୁ ପୁରସ୍ତମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍