STORYMIRROR

SIBENDU SARASWATA PANDA

Classics

3  

SIBENDU SARASWATA PANDA

Classics

ଆଧୁନିକ ଯୁଗରେ ରଜ

ଆଧୁନିକ ଯୁଗରେ ରଜ

1 min
141

ବରଗଛ ଆଜି କାନ୍ଦଇ ଦେହେ ନାହିଁ ଓହଳ,

ରଜ ଦୋଳି ଆଉ ଝୁଲୁନି ନାହିଁ ଝିଅଙ୍କ ମେଳ।


ମେଘ ମାଳ ଏବେ ଦିଶୁନି ଲାଗେ ସୂର୍ଯ୍ୟଙ୍କ ତାତି,

ଫସଲ କଥାରେ ଚାଷୀର ଭାଙ୍ଗି ପଡୁଛି ଛାତି।


ଗାଆଁ ହୋଇଲାଣି ସହର ଦିଶୁନି ଝାଟି ମାଟି,

ଭାଇଚାରା ବୋଲି ଶବଦ ମର୍ତ୍ତ୍ୟୁ ଗଲାଣି କଟି।


ବନସ୍ତରେ ଗଜ ଡକୁନି ବନ ହେଲା ଶ୍ରୀହୀନ,

କଟ ମଟ ଦୋଳି ହେଉନି ପଳେ ବ୍ରତ ମଉନ।


ପିଠା ପଣା ହଜି ଗଲେଣି ବାସ ଗଲାଣି ତାର,

ମଦ ମାଂସ ଏଠି ବଢିଆ ଆଉ ସବୁ ଅସାର।


ଏସବୁ ଖୋଜୁ ତୁ କାହିଁକି ସବୁ ସମୟ ଖେଳ,

ଆଧୁନିକତାର ଗର୍ଭରେ ଡୁବିଲାନି ଏ ବେଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics