STORYMIRROR

SIBENDU SARASWATA PANDA

Romance

3  

SIBENDU SARASWATA PANDA

Romance

ମୋ ନାୟିକା

ମୋ ନାୟିକା

1 min
197

 ଏ ମନକୁ କିଏ ବୁଝିବ ସହଜେ

    ଭାରି ସେ ମନୁଆ ଭାଇ 

 କାରଣ ନଥାଇ ବିଷାଦର ଛାୟା 

    ମାଡି ବସେ ଆଜି କାହିଁ॥

 ମଞ୍ଜୁଳ ହସରେ ମଧୁର ଭାଷାରେ

    ସ୍ମୃତିର ଝରକା ମେଲି

ରୋମାଞ୍ଚ ଭରା ତା ମଧୁର କଥାରେ 

   କେଣେ ଭାସି ଯାଏ ଚାଲି॥

ଗଳ୍ପ ନୁହେଁ ସତ ଅଟେ ମୋ ନାୟିକା

    ସତେକି ପଦୁଅଁ କଢି

ସୁରୂଜ ଦେଖିଲେ ପ୍ରସ୍ଫୁଟିତ ହୁଏ 

   ଆସିଯାଏ ମନେ ବଢି॥

ସବୁ ସ୍ବପ୍ନ ପରା ନୁହଁଇ ସମ୍ଭବ

  ଦେଖୁଥିଲି ଯାହାପାଇଁ

ନିଦ ଭାଙ୍ଗିଗଲା ଏବେ ମୁଁ ଖୋଜଇ 

   ଅସ୍ପଷ୍ଟ ଲେଖାଟା କାହିଁ॥

ଅମାନିଆ ଘୋଡା ନମାନିଲା ଭେଡା

     ଦଉଡିଲା ଆଖି ବୁଜି

ଖାଲ ଖମଣାକୁ ଭୟ ନକରିଣ

    ରଖିଲା କୀରତି ରାଜି॥

ଅଦିନିଆ ମେଘ ହୋଇଲି ଆବାକ

   ପୁରିଲା ପୋଖରୀ ନଦୀ

ଭଷାଇଲା କ୍ଷଣେ ନେଇଗଲା କେଣେ

    ହୃଦୟକୁ କଲା ବନ୍ଦି॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance