STORYMIRROR

SIBENDU SARASWATA PANDA

Others

3  

SIBENDU SARASWATA PANDA

Others

ଧରାକୁ ଫେରିଛି ଶୀତ

ଧରାକୁ ଫେରିଛି ଶୀତ

1 min
156

ସୋରିଷ କ୍ଷେତର ସୁବର୍ଣ୍ଣ ପାଟରେ

ଖିଲି ଖିଲି ହସେ ଶୀତ 

ମୃଦୁ ପବନରେ ରୋମାଞ୍ଚ ଭରି ସେ

ହୋଇଅଛି ବଧୂ ବେଶ।


ଆରକ୍ତ ରବିଙ୍କ ସୁନେଲି କିରଣେ

ଲାଜରେ କରେ ଗମନ 

ଅମା ଅନ୍ଧକାରେ ଶିଶିର ସାଥିରେ

ଥରାଏ ଭାବୁକ ମନ।


ଶିଶିର ମୋତିରେ ସଜାଏ ନିଜକୁ

ନାନା ପୁଷ୍ପେ ସଜା ଗଭା 

ସୁବାସରେ ଭରି ଚତୁଃପାର୍ଶ୍ଵ ତା’ର

ଖେଳାଏ ଆନନ୍ଦ ଆଭା।


ତା’ର ଆଗମନେ ହରିତ ଧରଣୀ

ଧରଇ ସୁବର୍ଣ୍ଣ ରୂପ 

ସବୁଆଡେ ଖେଳେ ଉଲ୍ଲାସର ଛାୟା

ଶୁଣି ଖଗ କେକାରବ।


ହସିଉଠେ ପୁଣି କୃଷକ ବାପୁଡ଼ା

ହରିତ ଫସଲ ଦେଖି 

ବିପଣି ବଜାରେ ଗୁଞ୍ଜୁଥାଏ ସ୍ୱର

ପନିପରିବାକୁ ରଖି।


କେତେ ଲାସ୍ୟମୟ ପରିବେଶ ସାଥେ

ଫେରିଅଛି ଶୀତ ଋତୁ 

ଧରଣୀ ରାଣୀର ମୁଖ ହସ ହସ

ତୋ’ର ଆଗମନ ହେତୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍