STORYMIRROR

SIBENDU SARASWATA PANDA

Classics Others Children

4  

SIBENDU SARASWATA PANDA

Classics Others Children

ସ୍ନେହମୟୀ ମାଆ

ସ୍ନେହମୟୀ ମାଆ

1 min
356

ଜନମିଲି ଯେବେ ଏନ୍ତୁଡ଼ିଶାଳରେ

ତୋ ନାମକୁ କରି ରାହା,

ତୋହରି କୋଳରେ ଦୁନିଆ ଦେଖିଲି

କେହି ନୁହେଁ ତୁ ମୋ ମା।


ନିର୍ଭୟ ଅଟେ ମୁଁ ପାଖେ ଥାଏ ଯେବେ

ତୋହର ପଣତକାନି,

ତୋତେ ପାଇ ମାଆ ଲୋ ଦୁନିଆରେ ମୁଁହି

ହୋଇଅଛି ମହାଧନୀ।


ଲୋଡା ନାହିଁ ମୋର ଦାମୀ ଅଳଙ୍କାର

ଅବା କେଉଁ ନୃପବର,

ହୀରାଠୁ ଅଧିକ ମୂଲ୍ୟବାନ ଅଟେ

ଜୀବନେ ମୋ ସ୍ଥାନ ତୋର ।


ତୋହରି କୋଳରେ ଦେଖିଅଛି ମୁଁହି

ଜହ୍ନମାମୁଁ ଦିବାକର,

ଶୁଣିଅଛି କେତେ ଗପ ଆଉ ଲୋରି

ପାଖରେ ବସିଣ ତୋର।


ଆଶ୍ରୟ ନେଇଛି କେତେ ତୋ ପାଖରେ

ଭୁଲ୍ କରି ବାରମ୍ବାର,

ତୋ ପଣତ ତଳେ ଥିଲାବେଳେ ମୋତେ

ନଥାଏ କାହାକୁ ଡର।


କେମିତି କହିବି କେଉଁଠୁ କହିବି

କ’ଣ ବା କହିବି ତୋତେ,

ପାଖେ ଥିଲେ ମୋର ସରଗର ସୁଖ

ଦୂରେ ଥିଲେ ଭାରି ବାଧେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics