STORYMIRROR

Debjani Sathua

Abstract Classics Fantasy

3  

Debjani Sathua

Abstract Classics Fantasy

ମୋ ଦେଶେ ମୌସୁମୀ

ମୋ ଦେଶେ ମୌସୁମୀ

1 min
353

ମୌସୁମୀ ଆଗମେ ସିଞ୍ଚଇ ଇନ୍ଦ୍ର ଶୀତଳ ବାରି,

ଶୋଭନ ପଲ୍ଲୀସୁତା ଅଳତା ଚନ୍ଦନେ ଶୃଙ୍ଗାର କରି 

ହସେ ରଜଦୋଳି ବାହି କାକର ବାଆ ଶିରି ଶିରି

ଆରିଷା, କାକରା ପୋଡ ବାସିଲାଣି ସବୁ ହାଣ୍ଡିଶାଳ, 

ମାତିଲେଣି ଟୋକାଏ ଦାଣ୍ଡେ ଧରି ତାଆସ ଖେଳ

ତିନ୍ତିଲା ପଟାଳି ଚାହିଁ ଚଷାଭାଇ ଭାରି ଉଛନ୍ନ

ଶସ୍ଯ ପନିପରିବା ସବୁ କରିବ ଯେ ଉତ୍ପନ୍ନ

ବେଉଷଣ ଲାଗି ତର ସହୁ ନାହିଁ ତା ମନ ,

ଲଙ୍ଗଳ ଚାଳେ ଦେଖି ଅକ୍ଷିତୃତୀୟା ଲଗନ 

ତୁହାକୁ ତୁହା ମେଘ ଘଡଘଡି ଉଠେ ଗରଜି, 

ଧାରା ଶ୍ରାବଣେ ଧରାଏ ଖେଳେ ସବୁଜ ରାଜି

କାନ୍ଧେଇ ଜଳ କୁମ୍ଭ ଚାଲନ୍ତି ଶଙ୍କରେ ଭଜି ଭଜି

ଲମ୍ବିଛି ଧାଡି ଶିବାଳୟେ, ଚାହେଁ କୃପା ଭିକ୍ଷୁ ଭିଜି ଭିଜି

ଉଛୁଳେ ପୟ ନଦୀ ,ନାଳ, ସର ଭରି ଭରି  

ଚଗଲା ବଗଲା ଚାଳନ୍ତି କାଗଜତରୀ ଥିରିଥିରି 

କରନ୍ତି କେଳି ହଂସଯୁଗଳ ହସେ ଗାଁ ପୋଖରୀ

ଶୁଭେ ସାରୁୁବୁଦା ମୂଳେ ମଣ୍ଡୁକ ଭୀଷଣ ରଡି 

ସରୋବର କୋଳେ ଶୋଭେ ଶ୍ୱେତକଇଁ କଢ଼ି 

କାହ୍ନୁପ୍ରେମେ ଝଳି ବିଚଳିତ ଭକତ ଚିିିତ୍ତ, 

କୃଷ୍ଣ କୃଷ୍ଣ ଭଜି ସମର୍ପିତେ କୀର୍ତ୍ତନେ ରତ, 

ପୂଜି ଜନ୍ମାଷ୍ଟମୀ ଓଷା ସର୍ବେ ଆନନ୍ଦେ ମତ୍ତ

ଅନାନ୍ତି ଭାନୁ ଭାଦ୍ରବେ ଟିକିଏ ଆଡ କରି ,

ଭୋଦୁଅ ଖରାକୁ ତର ଶେଯ, ତକିଆ ମଶୁରି

ଟଗର, ତରାଟ, ତମାଳେ ଅଣ୍ଟିଭରେ ଚାରୁ ନଳିନୀ, 

ସଜ୍ଜିତେ ତୋରଣ ମଞ୍ଜୁଳ ପ୍ରତିମା ଭାଲୁକୁଣୀ 

ଆଶିଷ ଜୁଆରେ ମା' ମଙ୍ଗଳା ଖୁଦରଙ୍କୁଣୀ 

ମୌସୁମୀ ରାଣୀ ମୋ ଦେଶେ ମନ ନେଇଛି କିଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract