STORYMIRROR

BULU BEHERA

Classics Fantasy Children

3  

BULU BEHERA

Classics Fantasy Children

ଜନନୀ ଜନମ ଭୂମି

ଜନନୀ ଜନମ ଭୂମି

1 min
135

ଜନନୀ ଜନମଭୂମି

        ସ୍ୱର୍ଗାଦପି ଗରିୟସୀ,

ତୋ କୋଳେ ଜନମିଲୁ ମା'

     ଆମେ ସବୁ ଦେଶବାସୀ l


ଛୋଟରୁ ବଡ଼ ହୋଇଲୁ

     ତୋହରି ବକ୍ଷରେ ଚାଲି,

ଖେଳି ଖେଳି ଉଡାଇଲୁ

     ଆମେ କେତେ ଧୂଳି ବାଲି 

ତୋର ନାମ ରଖିବୁ ମା'

     ସଭିଏଁ ଏକାଠି ମିଶି ।


ଅହିଂସାକୁ ମନେ ରଖି

     ଗାନ୍ଧିଜୀଙ୍କ ପରି ହେବୁ,

ଉତ୍କଳମଣିଙ୍କ ପରି

     ଦେଶର ସେବା କରିବୁ 

ଲକ୍ଷ୍ମଣ ନାଇକ ପରି

     ପ୍ରାଣ ଦେବୁ ହସିହସି l


ଦେଶ ଦେଶ ସବୁ ବୁଲି

      ବିବେକାନନ୍ଦଙ୍କ ପରି,

ପ୍ରଚାର କରିବୁ ଆମେ

      ଗତ ଗୌରବ ତୋହରି 

ଗାଇବୁ ତୋ ଜୟଗୀତି

      ଖୁସିରେ ମା ମହିୟସୀ l


Rate this content
Log in

Similar oriya poem from Classics