STORYMIRROR

Kalpana Kumari Pradhan

Fantasy Others

3  

Kalpana Kumari Pradhan

Fantasy Others

ସମ୍ପର୍କର ସାକ୍ଷୀ

ସମ୍ପର୍କର ସାକ୍ଷୀ

1 min
183

ଭାଇ ଭଉଣୀ ର ମଧୁର ସମ୍ପର୍କ

     ସାକ୍ଷୀ ରହିଛି ଏଇ ରାକ୍ଷୀ

ରେଶମୀ ଡୋରୀ ର ଅତୁଟ ବନ୍ଧନ

     ଗମ୍ହା ପୁର୍ଣ୍ଣିମା ରେ ରାକ୍ଷୀ l


କେତେ ରାଗ ରୁଷା ମାନ ଅଭିମାନ

     ସାଇତା ହୋଇଛି ଏ ମନେ 

ଆଜି ପରି ଲାଗେ ଲାଗୁଥିଲେ କଳି

    ଆମର ସେଇ ପିଲା ଦିନେ


ଶାଶୂଘରେ ଥାଇ ମନ ରେ ଭାଳଇ

    ଦେଇଥିଲା କଥା ଦିନେ ମୋତେ

'ଭୁଲିବିନି କେବେ ରାକ୍ଷୀ ପୂର୍ଣ୍ଣିମା କୁ

    ବାନ୍ଧିବୁ ରାକ୍ଷୀ ମୋହରି ହାତେ 'l


କଥା କୁ ତାହାରି କରିନି ଅନ୍ୟଥା

     ଆସିଛି ହୋଇ ସେ ତର ତର

 ସରାଗରେ ବାନ୍ଧିଦେଇ ରାକ୍ଷୀ କହଇ ସଧିରେ

   ଲୋଡ଼ନାହିଁ ଧନ ଆଉ ଉପହାର l


ପ୍ରଭୁ ଙ୍କ କରୁଣା ଝରୁ ଥାଉ

       ଭାଇ ର ମଙ୍ଗଳ ହେଉ

ଜୀବନ ତା କୁସୁମିତ ହେଉ ସଦା 

     ହାତେ ରାକ୍ଷୀ ହସୁ ଥାଉ l


 ସାକ୍ଷୀ ଏଇ ରାକ୍ଷୀ ତୋହରି ବିଶ୍ୱାସର

      ରଖିବି ତାହାରି ମାନ

ସମର୍ପି ଦେବି ଆପଣା ର ସୁଖ

     ସୁରକ୍ଷିତ ସଦା ତୋର ସମ୍ମାନ l

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy