ପ୍ରିୟା-୨୪
ପ୍ରିୟା-୨୪
ତପିଏ ତପୋବନେ
ହେଲେ ମଉନ
ଗୋପିଏ ଗୋପପୁରେ
ତୁମ୍ବି ତୋଫାନ
ବ୍ରଜେ ବ୍ରଜ ସୁନ୍ଦରୀ
କରନ୍ତି ମେଳି
ସମସ୍ତ ଆର୍ଯ୍ୟାବର୍ତ୍ତ
ଦେବେଟି ଜାଳି
ସ୍ବର୍ଗ ଅପ୍ସରୀ ଯେତେ
ମଶାଲ ଧରି ହାତେ
ସଜାଡ଼ନ୍ତି ଜୁଇ ଦେବେ ଆତ୍ମବଳୀ ।
ସହି ହେଉ ନାହିଁ ଆଦୌ
ଅପମାନ ଅପବାଦ
ଦିନୁ ଦିନ ଯାଉଛି ବଳି
ଋଷି ଜିଣା ରୂପ ତୁମ
କେପାରେ କଳି !
ତମେ ଅସ୍ତରଙ୍ଗୀ ଅଦ୍ବିତୀୟା
ଅଫୁଟା କଳି
କୁହ , ତୁମକୁ ପାରିବିକି ତୋଳି ?