ଆସ ଥରେ ପ୍ରଭୂ
ଆସ ଥରେ ପ୍ରଭୂ
ଆସ ଥରେ ପ୍ରଭୂ ମୋ ଭଙ୍ଗା କୁଡିଆ କୁ
ଦେଖିଯାଅ ପ୍ରଭୂ ମୁଁ ଅଛି କେମନ୍ତେ ।
ନାହିଁ ମୋ ପାଖେ ରାଜା ର ଉଆସ
ଅଛି ଝାଟିମାଟିର ଖଣ୍ଡିଏ ବାସ ।
ନାହିଁ ମୋ ପାଖେ ରତ୍ନ ସିଂହାସନ
କୁଶରେ ତିଆରି ଖଣ୍ଡେ ଆସନ ।
ନାହିଁ ମୋ ପାଖେ ସର ଲବଣୀ
ଶାଗ ଭଜା ସଙ୍ଗେ ଅଛି ବାସି ତୋରାଣୀ ।
ନାହିଁ ମୋ ପାଖେ ପାଟ ପିତାମ୍ବରି
ଦେହ ଢାଙ୍କିବାକୁ ଅଛି ଖଣ୍ଡିଏ ଶାଢୀ ।
ନାହିଁ ମୋ ପାଖେ ରତ୍ନ ପଲଙ୍କ
ମୋ ପାଖରେ ଅଛି ଦଉଡିଆର ଖଟ ।
ନାହିଁ ପ୍ରଭୂ ତୁମ ମନ ମୋହିବାକୁ
ଦେବ ଦାସୀ ର ନାଚ
ଜାଣିଚି ମୁଁ ତୁମର କିଛି ଭଜନ ।
ଆସ ଥରେ ପ୍ରଭୂ ମୋ ଭଙ୍ଗା କୁଡିଆକୁ ।
ତୁମ ସେବା ଯତ୍ନେ କରିବିନି ମୁଁ ଉଣା
ପାଦ ରଖ ପ୍ରଭୂ ମୋ ଅଗଣା ।
ନାହିଁ ମୋ ପାଖେ ସୂନା କୂଅର ପାଣୀ
ମୋ ଆଖି ଲୁହରେ ଧୋଇବି ତୁମ ପାଦ କୁ ଆଣି ।
ଷାଠିଏ ପଉଟି ଦେଇ ପାରିବିନି
ନିଜ ହାତେ ଶାଗ ପଖାଳ ମୁଁ ଦେବି ଖୁଆଇ ।
କୋଳରେ ମୋର ଶୁଆଇ ଦେବି
ତୁମ ମହିମା ର ଗୁଣ ଗାଇବି ।
ଏତିକି ଆତିଥ୍ୟ ପ୍ରଭୂ ତୁମେ କରିବକି ସ୍ବୀକାର
ସଦା ଋଣି ରହିବି ମୁଁ ତୁମର,,
କୁହ ଥରେ ପ୍ରଭୂ ଆସିବ କି ଭଙ୍ଗା
କୂଡିଆ କୁ ମୋର ।