STORYMIRROR

Sunanda Mohanty

Abstract Romance Others

4  

Sunanda Mohanty

Abstract Romance Others

ପ୍ରେମ ଶୃତଲିଖନ

ପ୍ରେମ ଶୃତଲିଖନ

1 min
264

ରଫ ଖାତା ଚିରି ଲେଖିଥିଲି ନାଁ ତୁମର 

ଥିଲା ଜଗା ଅଢେଇ ଅକ୍ଷର 

ଏବେ ଏବେ ଯେବେ ଗୀତ ମୁଁ ଶୁଣିଲି 

ଲେଖିଦେଲି ପାପୁଲିରେ ନାଁ ତମର 

ସବୁଦିନ ସୁନେଲି ସକାଳୁ ସୂର୍ଯ୍ୟ ଉଠିବା ବେଳୁ 

ଦେଖୁଥିଲି ତୁମ ନାଁ ମୋ ହାତ ପାପୁଲିଭିତର 

ସେଇ ଛୋଟ ପାପୁଲିରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର 

ଗାଉଥିଲି ପ୍ରେମରେ ମୁଁ ପଞ୍ଚମସ୍ୱର 

ପ୍ରେମ ପଞ୍ଚାମୃତ ପ୍ରେମ ଅଗରୁ ଚନ୍ଦନ ସହିତ 

ଭାରି ଭଲ ଲାଗ ସତରେ ତିନି ଠାକୁର 

ପୂଜାଘରୁ ଶୁଭେ ଯେବେ ଜେଜୀ ଘଣ୍ଟି ଶବ୍ଦ 

ମନେ ପ୍ରେମ ଜାଗେ ଦେଖି ତିନି ଶୂନର 

ସିଲଟରେ ଥିଲ ତିନି ଶୂନ ନିରାକାର ବ୍ରହ୍ମ 

ରଫ ଖାତାରେ ରଫୁ କଲି ତୁମକୁ ବାରବାର 

ଲେଖାଉଥିଲେ ବାପା ରଚନା ସାଥେ ପଣିକିଆ 

ମୋର କିନ୍ତୁ ଥିଲା ତୁମ ଉପରେ ନଜର 

ତୁମେ କାଳେ କଳା ଦିଅଁ ଦେଖିଲି ଯେବେ 

ତୁମକୁ ବଡଦେଉଳେ ପ୍ରଥମ ଥର 

ରାଣ ମୁଁ ଖାଉଛି ଆଖି ମୁଁ ଛୁଁଉଁଛି ସତ ବି କହୁଛି 

ରଥ ଦେଖିବାକୁ ଆସେ ବର୍ଷକୁ ପୁରୀ ସହର 

ଶିକ୍ଷକ ଯେବେ କହିଲେ ଲେଖିବାକୁ ଶୃତ ଲିଖନ 

ଡାକୁଥିଲେ ଶବ୍ଦ ଲେଖୁଥିଲି ତାଙ୍କୁ ହୋଇଛି ଜର 

ଭୁଲ ଭାଲ ଲେଖି ଖାଇଥିଲି ପାହାର 

ଶୃତଲିଖନ ଲେଖାରେ ଚିତ୍ର ଥିଲା ରଥଯାତ୍ରାର

କ୍ଷମା ମତେ କରିଦେବ କ୍ଷମାସାଗାର ପୁରୀ ସର୍କାର 

ପ୍ରେମ ଯେଣୁ କରିଛି ମୁଁ ହୋଇ ତୁମର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract