ପ୍ରେମ ଶୃତଲିଖନ
ପ୍ରେମ ଶୃତଲିଖନ
ରଫ ଖାତା ଚିରି ଲେଖିଥିଲି ନାଁ ତୁମର
ଥିଲା ଜଗା ଅଢେଇ ଅକ୍ଷର
ଏବେ ଏବେ ଯେବେ ଗୀତ ମୁଁ ଶୁଣିଲି
ଲେଖିଦେଲି ପାପୁଲିରେ ନାଁ ତମର
ସବୁଦିନ ସୁନେଲି ସକାଳୁ ସୂର୍ଯ୍ୟ ଉଠିବା ବେଳୁ
ଦେଖୁଥିଲି ତୁମ ନାଁ ମୋ ହାତ ପାପୁଲିଭିତର
ସେଇ ଛୋଟ ପାପୁଲିରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର
ଗାଉଥିଲି ପ୍ରେମରେ ମୁଁ ପଞ୍ଚମସ୍ୱର
ପ୍ରେମ ପଞ୍ଚାମୃତ ପ୍ରେମ ଅଗରୁ ଚନ୍ଦନ ସହିତ
ଭାରି ଭଲ ଲାଗ ସତରେ ତିନି ଠାକୁର
ପୂଜାଘରୁ ଶୁଭେ ଯେବେ ଜେଜୀ ଘଣ୍ଟି ଶବ୍ଦ
ମନେ ପ୍ରେମ ଜାଗେ ଦେଖି ତିନି ଶୂନର
ସିଲଟରେ ଥିଲ ତିନି ଶୂନ ନିରାକାର ବ୍ରହ୍ମ
ରଫ ଖାତାରେ ରଫୁ କଲି ତୁମକୁ ବାରବାର
ଲେଖାଉଥିଲେ ବାପା ରଚନା ସାଥେ ପଣିକିଆ
ମୋର କିନ୍ତୁ ଥିଲା ତୁମ ଉପରେ ନଜର
ତୁମେ କାଳେ କଳା ଦିଅଁ ଦେଖିଲି ଯେବେ
ତୁମକୁ ବଡଦେଉଳେ ପ୍ରଥମ ଥର
ରାଣ ମୁଁ ଖାଉଛି ଆଖି ମୁଁ ଛୁଁଉଁଛି ସତ ବି କହୁଛି
ରଥ ଦେଖିବାକୁ ଆସେ ବର୍ଷକୁ ପୁରୀ ସହର
ଶିକ୍ଷକ ଯେବେ କହିଲେ ଲେଖିବାକୁ ଶୃତ ଲିଖନ
ଡାକୁଥିଲେ ଶବ୍ଦ ଲେଖୁଥିଲି ତାଙ୍କୁ ହୋଇଛି ଜର
ଭୁଲ ଭାଲ ଲେଖି ଖାଇଥିଲି ପାହାର
ଶୃତଲିଖନ ଲେଖାରେ ଚିତ୍ର ଥିଲା ରଥଯାତ୍ରାର
କ୍ଷମା ମତେ କରିଦେବ କ୍ଷମାସାଗାର ପୁରୀ ସର୍କାର
ପ୍ରେମ ଯେଣୁ କରିଛି ମୁଁ ହୋଇ ତୁମର

