ପ୍ରେମ ପ୍ରତାରଣା ଗାଥା
ପ୍ରେମ ପ୍ରତାରଣା ଗାଥା
ଶରତ ଆକାଶପରି ସ୍ୱଛ କପାଳରେ
ବାଳାରୁଣର ଆଭା
ଆଖିରେ ତୁମର ପ୍ରୀତିର କଜ୍ଜ୍ୱଳ
ଓଠରେ ତୁମ ରକ୍ତ ଜବା
କୋମଳ ତନୁରେ ତୁମ ମେହେନ୍ଦିର ପାଟ
ତୀକ୍ଷ୍ଣ ନାସିକାରେ ଆହା
ଶତ ଲାବଣ୍ୟ ସୁନ୍ଦର ମଲାଟ
ପୂର୍ଣ୍ଣଗର୍ଭା ସତେ ଛାତି ସରସୀ ଟି
ଫୁଟି ମଦନର ପଦ୍ମ କଢି
ଆନମନା କରେ ନହୁଲି ଅଳସିର
ଗଣ୍ଡଦେଶେ ଚୁର୍ଣ୍ଣ କୁନ୍ତଳ ପଡ଼ି
ଚପଳ ହସରେ ହସିଦେଲା ପରେ
ଝଲସି ଉଠିଲା ମନ
ଯେତେ ଦମ୍ଭ ସବୁ ଭାଙ୍ଗିଗଲା ମୋର
ସ୍ୱର୍ଣ୍ଣାଭ ଶରୀର ଦେଖିଲା ଦିନ
କଥା ଦେଇଥିଲ ସଅଳ ଆସିବ
ଫଗୁଣ ପରଶରେ ଏକା
ବୃଥାରେ ଚକୋର ସାଜିଲି ମୁଁ
ରଖିଲନି ତୁମ କଥା
ଯେଉଁଠି ଥିଲି ମୁଁ ଯେମିତି ଥିଲି
ବଂଚିଥିଲି ଏକା ଏକା
ଆଖି ଇସାରାରେ ଫସାଇଲ ତୁମେ
କଥା ଦେଇ ଦେଲ ଧୋକା
ପ୍ରତିଶ୍ରୁତି ଦେଇ ପ୍ରତାରଣା କର
ଜାଣିଲି ତୁମର ପ୍ରକୃତି
ରୂପବତୀ ବୋଲି ଗରବ କରୁଚ
ହେବ ନିଶ୍ଚିତ ଦୁର୍ଗତି ------।/
ଯେଉଁଠି ବି ଥାଅ ସୁଖରେ ଥାଅ
ବିଭୁଙ୍କ ଚରଣେ ମିନତୀ।

