STORYMIRROR

Debjani Sathua

Drama Fantasy Inspirational

4  

Debjani Sathua

Drama Fantasy Inspirational

ମୋ ପୁରୁଣା ମନ

ମୋ ପୁରୁଣା ମନ

1 min
34

ପଚାରିଲି ଥରେ ମୋ ଅନ୍ତର ମନକୁ ,


   ସତେକଣ ଭୁଲିଲୁଣି ଅଚିନ୍ତ୍ୟ ଜୀବନ ଜୀଇଁବାକୁ ?


 

ମେଲାଣି ଦେଇ ସବୁ ସଂସାର କର୍ମ କର୍ତ୍ତବ୍ୟକୁ ,


     ହଉଛି ନା ଇଛା ପୁଣି ଅକୁହା ଉନ୍ମାଦରେ ଭିଜିବାକୁ?


      ପାଉନି ଆଖି ଫେରି ଚାହିଁଲେ ପୁରୁଣା ଦିନକୁ।


ମନଟା ପାରୁନି ବଖାଣି ଉଦ୍ୟତ ଇଛା ଓ ଆଶାକୁ ,


    ଗୋଡକାଢି ବସିଛି ସେ ଆକାଶଘୋଡାରେ ଉଡିବାକୁ।


କହୁଛି ସାରି ଦିଅନ୍ତି ସଅଳ ସବୁ ସାମାଜିକ ଦାୟିତ୍ଵକୁ ,


         ବିଭା ଦେଇ ସୁପାତ୍ରେ ନିଜ ସନ୍ତାନରତ୍ନ ଆଦିକୁ ।


ଝାଡି ଦେଇ ଦୁଃଶ୍ଚିନ୍ତା ଶାନ୍ତ, ମୁକ୍ତ କରନ୍ତି ନିଜକୁ ,


      ଡାକି ଆଣନ୍ତି ସବୁ ମୋ ପ୍ରିୟ ସାଙ୍ଗସାଥି ଗୁଡାକୁ । 


ନେଇ ଯାଆନ୍ତି ନିଜକୁ ପୁଣିଥରେ ପିଲା ଦିନକୁ ,


      ହଜିଯାନ୍ତି ତାଙ୍କ ମେଳେ ଭୁଲି ଦିନ ଆଉ ରାତିକୁ।


ଅନୁଭବ କରନ୍ତି ପୁଣି ସେଇ ଦୁଷ୍ଟାମୀ, ଚଞ୍ଚଳତାକୁ ,


   ଚୋବେଇଯାନ୍ତି ଲଙ୍କାଲୁଣ ସହ ଅଁଳା, ବରକୋଳିକୁ।


ବାଡାବାଡି, ପେଲାପେଲି ,ରୁଷାରୁଷି, ଥଟାମଜ୍ଜା ଧରି ସବୁକୁ, 


    ସାଥି ମେଳେ ପୁଣି ଜୀଇଁ ଯାଆନ୍ତି ହଜିଲା ଦିନଗୁଡାକୁ ।


 ମନ ମୋ ବୁଝେଇ କହିଲା କାନ ଯୋଡାକୁ ,


      ହସେଇ ରଙ୍ଗେଇ ମନେଇ ରଖି ପାରିଲେ ଭାବନାକୁ, 


 ଦୁରେଇ ପାରିବୁ ତନର ସବୁଯାକ ଅସୁସ୍ଥତାକୁ ।


       ହରେଇ ପାରିବୁ ଥକାମାରି ବଢୁଥିବା ବୟସକୁ ।


ବୁଝୁ ବୁଝୁ ଦିନେ ମନର ଏଇ ହରଣ ଗୁଣନକୁ ,


          ମନ ଦର୍ପଣ ଡାକିଲା ଆସି ମୋ ସପନକୁ ।


କହିଲା,ବେଶି ଭାବନା ଚିନ୍ତନାରେ ବୁଡାନା ମୁଣ୍ଡକୁ, 


   କରନା ଅପେକ୍ଷା ପୂର୍ଣ୍ଣ କର୍ମବିରତିକୁ,


                 ଭରସା ନାହିଁ ତିଳେ ପରା ସମୟଚକକୁ।


ଲାଗିଯା ସଫଳ କରିବାରେ ଭେଟାଭେଟି ଯୋଜନାକୁ,


          ଡାକିଡୁକି ପିଲାଦିନ ସବୁ ସାଙ୍ଗ ସାଥିମାନଙ୍କୁ।


ଖୋଲିଦେ ଅନ୍ତରେ ଅର୍ଦ୍ଧଶୁପ୍ତ ଦୁଷ୍ଟ ଚଗଲାମିକୁ, 


       ବିତେଇଦେ, ଛିଗୁଲା ଛିଗୁଲି, ଗମାତରେ

                   ଖସି ଯାଉଥିବା ବୟସର ଖରାବେଳକୁ ।


ଚିନ୍ତାର ନାହିଁ ଯେ ଅନ୍ତ , ଗୃହସ୍ଥାଶ୍ରମେ କାଳ କାଳକୁ,


         ବୁଝେଇଦେ ମାୟା ସଂସାରି ତୋ ସାଙ୍ଗମାନଙ୍କୁ। 


ସୂରୁଜ କହିଲା ସପନପୁରୀରୁ ଫେରିଯିବାକୁ ,

  

      ରହିଛି ଅପେକ୍ଷାରେ ମୋ ସାଥୀମାନଙ୍କ ମତାମତକୁ।

      

       

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama