STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଉଦ୍ଧାର କର ହେ ପ୍ରଭୁ ଜଗନ୍ନାଥ

ଉଦ୍ଧାର କର ହେ ପ୍ରଭୁ ଜଗନ୍ନାଥ

1 min
11

   

    ( ରାଗ -- କଳହଂସ କେଦାର )


ଉଦ୍ଧାର କର ହେ ପ୍ରଭୁ ଜଗନ୍ନାଥ

ତୁମେ ପୂର୍ଣ୍ଣକର ଭକ୍ତ ମନୋରଥ ଯେ,

ଅଗତିର ଗତି ଜଗତର ନାଥ

ତୁମେ ମହାପ୍ରଭୁ ନୟନର ପଥ ଯେ।୧।


ଆକୁଳେ ବିକଳେ ଡାକିଲେ ଭକତ

ଧାଇଁ ଆସ ବେଗେ ପାଖକୁ ନିରତ ଯେ,

ଭାବରେ ବନ୍ଧା ହୋଇ ରୁହ ସତତ

ତୁମ ଇଙ୍ଗିତରେ ଚାଲେ ଏ ଜଗତ ଯେ।୨।


ମୃଗୁଣୀ ଡାକିଲା ରଖିଲ ଉଦ୍ଧାରି

ଗଜକୁ ରଖିଲ ନକ୍ର ନାଶ କରି ଯେ,

ଯେତେ ବି ଭକତ କରନ୍ତି ଗୁହାରି

ରଖ ତୁମେ ତାକୁ ବାରେ କୃପା କରି ଯେ।୩।


ଯାଉଥିଲେ ଭାସି ଖର ଭବ ଜଳେ 

ତୁମେ ପ୍ରଭୁ ନାବ ଆଣି ଦିଅ କୂଳେ ଯେ,

ତୁମ ଯଶ କୀର୍ତ୍ତି ଅଛି କାଳେ କାଳେ

ଭକତକୁ ତାରି ରଖ ମହୀତଳେ ଯେ।୪।


କୃପାସିନ୍ଧୁ ନାମେ ତୁମେ ଦୀନନାଥ

ହୁଡ଼ିଗଲେ କେହି ଦେଖାଅ ସୁପଥ ଯେ,

ଉଦ୍ଧାର କର ହେ ପ୍ରଭୁ ଜଗନ୍ନାଥ 

ଅଚଳ ହୋଇ ପଡ଼େ ଶରୀର ରଥ ଯେ।୫।


ଏତେ ଭକତକୁ ରଖିଛି ଦୟା କରି,

ଯା' ଲାଗି ନାମ ପାଇଛ ତୁମେ ହରି ଯେ,

ମୁଁ କି ଭକତେ ଗଣା ନୁହେଁ ତୁମରି 

ମୋ ବେଳକୁ ତୁମେ ଯାଉଛ ପାସୋରି ଯେ।୬।


ହୋଇ ନାହିଁ ବୋଲି ବନ୍ଧୁ କି ଦାସିଆ 

ମୋ ସାଥିରେ କର କପଟର ମାୟା ଯେ,

ତୁମରି ଦୟାରେ ହୋଇଛି ତ ଠିଆ

ହାତ ପାତି ଅଛି ନେବି ତୁମ ଦିଆ ଯେ।୭।


କରୁଣା କରେ ହେ କରୁଣା ସାଗର

ଦେଖାଅ ତୁମର ମହିମା ଅପାର ଯେ,

ଖାଲି ହାତେ ଗଲେ ଫେରି ହେ ଠାକୁର

ତୁମ ବଡ଼ ପଣ ଭୁଲିବ ସଂସାର ଯେ।୮।


କରୁଛି ପ୍ରଣାମ ଶୁଣ ମୋର ଅଳି

ବିଚାର ନ କରି ଦିଅ ନାହିଁ ଟାଳି ଯେ,

ଘେନ ମୋର ଭକ୍ତି ସୁମନ ଅଞ୍ଜଳି 

ଉଦ୍ଧାରି ରଖ ତୁମ ଆଶିଷ ଢ଼ାଳି ଯେ।୯।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract