Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jamini dash

Drama Others

3.6  

jamini dash

Drama Others

ଅଭିନୟ

ଅଭିନୟ

1 min
243


ଏ ଜୀବନ ରଙ୍ଗମଞ୍ଚରେ

ମୁହଁରେ ପାଉଡରବୋଲି ଅଭିନୟ କରିବାକୁ ହୁଏ।

ରାଜା ,ମନ୍ତ୍ରୀ,କଟୁଆଳ ,ଆଉ ପ୍ରଜାର,

ମା ବାପା ସ୍ତ୍ରୀ ଓ ପ୍ରେମିକାର ।

ହସୁଥିଲେ କାନ୍ଦିବାର ତ କାନ୍ଦୁଥିଲେ ହସିବାର ଅଭିନୟ।


ଜୀବନର ଶେଷ ପର୍ଯ୍ୟନ୍ତ ଏଠି 

ଅଭିନୟ କରିବାକୁ ପଡେ।

ମୁହଁରେ ରଙ୍ଗବୋଳି ,ପାଦରେ ଅଳତା ନାଇ।

ଅନ୍ୟମାନଙ୍କ ଆଗରେ କୋହଚାପି 

ହସିିିିବାକୁ ହୁଏ ।

ଏରଙ୍ଗମଞ୍ଚରେ ଲୁହର ଦାମ ହସଠୁ ଅଧିକ ।


ଏଠି ସମସ୍ତେ ଅଭିନେତା 

କିଏ ମୁଖ୍ୟ ତ କିଏ ସାଧାରଣ ।

ସମସ୍ତେ ଅଭିନୟ କରନ୍ତି 

ଟଙ୍କା ,ସ୍ନେହ ,ପ୍ରେମ ,ଆଦର୍ଶ ,ପ୍ରତିଷ୍ଠା 

ପାଉଣା ଆଶାରେ ।

କେତେବେଳେ ମୁଣ୍ଡରେ ଶିରପା ବାନ୍ଧି 

ପୁଣି ଛିଣ୍ଡା କୋତରା ଲୁଗା ପିନ୍ଧି ।


ଅଭିନୟତ କରିବାକୁ ହେବ ,

ପାଉଣା ମିଳୁ ନମିଳୁ ,

ଲାଭ ହେଉ କ୍ଷତି ହେଉ ,ଫୁଲ ମିଳୁ କି ପଥର

ନିଜକୁ ପୋଖତ ଅଭିନେତା କରି ସଜେଇବାକୁ ହେବ

ହସି କି ହେଉ ନଚେତ କାନ୍ଦିକି 

ଲାଇଟ ଲିଭିବା ଜାଏଁ ଅଭିନୟ କରିବାକୁ ହେବ ।




Rate this content
Log in

Similar oriya poem from Drama