STORYMIRROR

jamini dash

Others

3  

jamini dash

Others

ଜହ୍ନ ଓ ପ୍ରେମ

ଜହ୍ନ ଓ ପ୍ରେମ

1 min
162

ମୁଁ କେତେ ଘୁରିବୁଲେ

କେଉଁ ଏକ ଅଜଣା ଠିକଣାର ସନ୍ଧାନରେ

ସହରର ସବୁ ଗଳିକନ୍ଦି

ଗୋଟିଏ ମୁହୂର୍ତ୍ତ ପାଇଁ

ହଯିଯାଏ ମୋର ସମସ୍ତ ଅସ୍ତିତ୍ବ।

ସମସ୍ତଙ୍କୁ ତୁମ ଠିକଣା ପଚାରେ,

ମୋତେ ଦେଖି ହସିଦେଇ ଚାଲିଯାଆନ୍ତି

ଏସହରର ଭଦ୍ରଲୋକ ମାନେ

ସମସ୍ତଙ୍କ ଆଖିରେ ମୁଁ ଯେମିତି 

ପାଗଳ ଟାଏ ।

 ମୁଁ ତୁମକୁ ପୁଣି ଖୋଜିଚାଲେ

ସହରର ସବୁ ଅଫିସ ସବୁ କୋଠାରେ।

ଖୋଜି ଖୋଜି ଥକିଯାଏ 

ମନତଳେ ତୁମକୁ ପାଇବାର ଅସଂଖ୍ୟ କାମନା

ବାମନ କ'ଣ ଜହ୍ନକୁ ଛୁଇଁ ପାରେ 

ସମସ୍ତେ ହସନ୍ତି ମୋ ସ୍ୱପ୍ନକୁ 

କାହାର କୋପଦୃଷ୍ଟିର ଶିକାର ହୁଏ 

ତୁମକୁ ଖୋଜି ଖୋଜି ଅମାବାସ୍ୟା ହୁଏ।

ଅମାବାସ୍ୟା ରାତିରେ 

ତୁମେ କ'ଣ ଆସ ?

ତୁମ ପାଇଁ କୋହଭରା ଚିଠି ଲେଖେ

ଦେବାପାଇଁ ଠିକଣା ପାଏନି।

ଚିଠି ଧରି ଧାଇଁ ବୁଲେ 

ତୁମରି ଆକର୍ଷଣରେ ।

ତୁମେ ଆକାଶରେ ଥାଇ ହସିଦିଅ 

ମୋ ସହିତ ଲୁଚକାଳି ଖେଳ।

ଆଉ ମୁଁ ତୁମ ଠିକଣା ଖୋଜିବାରେ ବ୍ୟସ୍ତ 



Rate this content
Log in