Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

jamini dash

Others

4.5  

jamini dash

Others

ଦାୟିତ୍ଵ

ଦାୟିତ୍ଵ

1 min
176


ଆକସ୍ମିକ ଭାବେ

ଅଜାଡ଼ି ହୋଇପଡେ

ବୋହିପାରୁ ନଥିବା ଓଜନ

ବୋହିବାର କ୍ଷମତା ନଥାଇ ।

ମୁଣ୍ଡେଇବାକୁ ହୁଏ 

ସାରା ଜୀବନ ପାଇଁ 

ନିଜ ଯନ୍ତ୍ରଣା କୁ ଲୁଚାଇ

କୁବ୍ଜା ହେଲେ ବି 

ଚାଲିବାକୁ ହୁଏ ଅନେକ ବାଟ

ହସିହସି ।

କେଉଁ ଏକ ଅପରିଚିତ ହାତ 

ବାଟ କଢ଼େଇ ନିଏ।

ଦାୟିତ୍ଵହୀନ ମଣିଷ 

ଦାୟିତ୍ବବାନ ହୁଏ ।

ଲୁଣ ଠାରୁ ମୋବାଇଲ ବିଲ

ବୁଢ଼ା ବାପମା ଠାରୁ

କୁନି କୁନି ପିଲାମାନଙ୍କ

ସବୁ ଅଝଟକୁ ପୁରା କରିବାକୁ ହୁଏ 

ନିଜର ନିପାରିଲା ପଣକୁ ଲୁଚାଇ

ହସି ହସି ନିଜର ପାରିଲା ପଣକୁ 

ଦେଖେଇବାକୁ ହୁଏ।

ଏ ଦାୟିତ୍ଵ ନିର୍ବାହ ବି 

ପରୀକ୍ଷା ଠାରୁ କମ୍ ନୁହେଁ ।

ସବୁ ଅସହାୟତା କୁ ଲୁଚାଇ 

ରଖିବାକୁ ହୁଏ ।

ଏଣ୍ଡୁଅ ଭଳି ରଙ୍ଗ ବଦଳେଇବାକୁ ହୁଏ 

ସ୍ଵପ୍ନ ସବୁ ଜାଳି ଦେବାକୁ ହୁଏ

ହସି ହସି ଆଉ କା ଖୁସି ପାଇଁ ।

ଯେତେ ଝଡ଼ ଝଞ୍ଜା ଆସୁ 

ସାରା ଜୀବନ ଚାଲିବାକୁ ହୁଏ 

ସିସିଫସ ପରି 

ନିଜ ଦାୟିତ୍ୱ ମୁଣ୍ଡାଇ ।



Rate this content
Log in