STORYMIRROR

jamini dash

Others

4  

jamini dash

Others

ବିବାହ ବନ୍ଧନ

ବିବାହ ବନ୍ଧନ

1 min
249


ଏ ବନ୍ଧନ ଯୁଗଯୁଗର 

ଏକ ପବିତ୍ର ବନ୍ଧନ 

ପାପ ଉପରେ ପୂଣ୍ୟର

ସନ୍ଦେହ ଉପରେ ବିଶ୍ଵାସ 

ସ୍ବପ୍ନ ଉପରେ ବାସ୍ତବତାର

ସାଥୀଟିଏ ସାତ ଜନ୍ମର ।

ଦୁଇଟି ଅପରିଚିତ ହୃଦୟ

ଛନ୍ଦି ହୋଇଯାଏ 

ବେଦିର ହୋମ ନିଆଁ ରେ

ପୋଡିଯାଏ ସ୍ଵାର୍ଥ

ଜୀବନର ମୋଡ଼ ବଦଳି ଯାଏ।

ଅଜଣା ଆକର୍ଷଣରେ 

 ଆକର୍ଷିତ ହୁଏ ମନ।

ସାତଫେରା ସାତ ବଚନରେ 

ବାନ୍ଧି ହୁଏ ଜୀବନ 

ନୂଆ ଶଙ୍କା , ସମ୍ଭାବନା ନେଇ।

ଜଳି ଜଳି ବଞ୍ଚିବାକୁ ହୁଏ

ହୋମ ନିଆଁ ର ଆହୁତି ଦେବାପାଇଁ 

ଏ ଜୀବନ ଯଜ୍ଞରେ ।

ସଜ ଗୋଲାପ , ରଜନୀଗନ୍ଧା 

ମହକରେ ହୃଦୟ ବିଭୋର ହୁଏ।

ସବୁ ଅପୂର୍ଣ୍ଣତା ଭିତରେ

ପୂର୍ଣ୍ଣତା ପ୍ରାପ୍ତିର ଚରମ ସ୍ଵାଦ ଚାଖିବାକୁ ହୁଏ।

କେଉଁ ଏକ ଅଜଣା ସ୍ପର୍ଶରେ 

ଶିହରିତ ହୁଏ ସମଗ୍ର ଅବୟବ ।

ଜୀବନ ର ନୂୂଆ ସମ୍ଭାବନା ନେଇ 

ବଞ୍ଚିବାକୁ ହୁଏ 

ବ୍ୟକ୍ତିଗତ ଇଚ୍ଛା ସବୁକୁ 

ଆହୁତି ଦେଇ ଜୀବନ ଯଜ୍ଞରେ।

ଦୁଇଟି ହୃଦୟ ଏକାକାର ହୁଏ,

ଜନ୍ମ ଜନ୍ମ ପାଇଁ 

ଦିପଟ ଶଙ୍ଖା 

ଟୋପାଏ ସିନ୍ଦୂର ଭିତରେ 

ବାନ୍ଧିହୋଇଯାଏ ଅୟୁତ ଅୟୁତ

ବର୍ଷର ଏକ ଅଜଣା ସମ୍ପର୍କ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍