ଶେଷ ନିଷ୍ପତ୍ତି
ଶେଷ ନିଷ୍ପତ୍ତି
1 min
189
ଟାଇଁ ପାଇଁ ଖରା
କେଉଁ ଏକ ଅଜଣା ପଥରେ
ଚାଲି ଯାଇଛି
ନିଜେ ବୁଝିବା ମୁସ୍କିଲ ।
ବୋଧହୁଏ ଜାଣିବାକୁ
ବୁଝିବାକୁ ସମୟ ନାହିଁ ।
ଇତସ୍ତତଃ ହୋଇ ବାହାରି ଯାଇଥିଲି,
କ୍ଷୀପ୍ର ଗତିରେ।
ସ୍ଥାନ କାଳ ପାତ୍ର ନ ବିଚାରି ।
ଏହା ହିଁ ଜୀବନର ଅବିଶ୍ଵସନୀୟ
ଶେଷ ଇଚ୍ଛା ।
ଜୀବନର ଦୋଛକିରେ
ବ୍ୟସ୍ତ ବିବ୍ରତ ମଣିଷ
ସବୁବେଳେ ଜାକିଜୁକି
ଚାରିକାନ୍ଥ ଆଢ଼ୁଆଳରେ ଲୁଚି ରହିଥିବା
ଭୟାତୁର ହୃଦୟ
ଜୋରରେ ସ୍ପନ୍ଦିତ ହୁଏ
ପାର ହୋଇ ଯାଏ
ସବୁ ସୀମା ସରହଦ ।
ଡରିିିିଯାଏନି କା ନାଲି ଆଖିକୁ
ସବୁ ବାଧା ବନ୍ଧନକୁ ଛିନ୍ନ କରି
ରାଜରାସ୍ତାକୁ ଓହ୍ଲାଇ ଆସେ
ହୃଦୟରେ ଅସୀମ ବିଶ୍ଵାସ ଓ ଦମ୍ଭ
ଆନ୍ଦୋଳନ କରିବାର କ୍ଷମତା।
ସବୁ ସମସ୍ୟା ସମାଧାନ ହେବ
ଏଇ ଆସିିିିଗଲା ଶେଷ ନିଷ୍ପତ୍ତି
ନେବାର ସମୟ ।