STORYMIRROR

jamini dash

Others

3  

jamini dash

Others

ଜୀବନ ହାଟ

ଜୀବନ ହାଟ

1 min
256

ଏଦୁନିଆ ଏକ ହାଟ

ଏଠି ଚାଲେ କିିଣା ବିକା,

ଦେଣା ପାଉଣା 

ମାପ ଚୁପ୍ 

ହିିିିସାବ୍ ନିକାସ୍।

ମୂୂଲ ଚାଲ 

ଦବାନବା ।

କିଏ ବିକେ 

କିଏ କିଣି ଖୁସିହୁଏ 

ଏଠି କେତେବେଳେ 

ଲୁହର ଦାମ ଦୁଇ ପଇସା 

ଖୁସିର ଦାମ ନାଇଁ

ସ୍ନେହ ପ୍ରେମ ସାତ ସପନ

ଏଠି ସବୁ ଭେଜାଲ 

ସାାଙ୍ଗ ,ସାଥୀ

ସ୍ତ୍ରୀ ,ପ୍ରେମିକା

ପୁୁଅ ଝିଅ

ଏଠି ପ୍ରେମ ବି ଭେଜାଲ।

ସବୁବେଳେ କଳାବଜାରୀଙ୍କ ଭିଡ଼।

ଛଳନା ଏଠି ଶସ୍ତା

ଦୁଃଖ ବସ୍ତା ବସ୍ତା

ଆନନ୍ଦ ଏଠି ଋତୁ କାଳୀନ ଫଳ

ବିଶ୍ଵାସ ପଚି ଯାଏ

ବିଶ୍ବାସଘାତକତା ଭିତରେ ।

ଏଠି କୁଢ କୁଢ ଆଶା ସ୍ବପ୍ନ

ନଷ୍ଟ କରିବାକୁ ହୁଏ 

ଟଙ୍କା ଅଭାବ ରେ।

ହାଟ ସରେ ସଞ୍ଜ ଆସିଗଲେ

ଭିିିଡ଼ ସରେ 

ଜହ୍ନ ରାତିର ସଫେଦ

ଚାଦର ତଳେ 

ଅମାବାସ୍ୟା ହୁଏ 

କଉଡି ସରେ 

ଅନ୍ଧାରରେ ହାଟ ସରିଯାଏ 

ଫେରିଯାଏ ରୁକୁଣା ରଥରେ।



Rate this content
Log in