STORYMIRROR

jamini dash

Abstract Others

3  

jamini dash

Abstract Others

ନୀରବ ଝଡ଼

ନୀରବ ଝଡ଼

1 min
251

ବିନା ମେଘରେ 

ଆଖି ପିିିଛୁଳାକେ 

କେଉଁ ଦୂର ଦିଗବଳୟରୁ 

ଭୀମ ଭୈରବ ମୂର୍ତ୍ତି ଧରି

ଚାଲିଆସେ ।

ନିମିଷକ ମଧ୍ୟରେ ଧ୍ୱଂସ

କରିଦିଏ ସ୍ବପ୍ନର ବାଲିଘର ।

ଭାଙ୍ଗିରୁଜି ଚୁରମାର କରିଦିଏ

ଲକ୍ଷ ଲକ୍ଷ ବାଇଆ ବସା ।

ଭାତ ହାଣ୍ଡିରେ ଭାତ ଫୁଟିଲା ବେଳେ

ଚଉରାରେ ଦୀପ ଜାଳୁ ଜାଳୁ

ତିମିର ଅନ୍ଧକାର ଭିତରେ

କାହା ସ୍ମୃତି ଉଦ୍ଭାସିତ ହୁଏ।

ଦୁଆର ମୁହଁରେ ଜଗିଜଗି,

ଆଖି ଶିଥିଳ ହେଲେ

କାହା ଅପେକ୍ଷାରେ 

ତକିଆ ଭିଜିଯାଏ ।

କୁରୁସଭାରେ ବିବସନା 

ହେଲାବେଳେ ,

ଆର୍ତ୍ତଚିତ୍କାର ରେ ଦୁନିଆ ଉଛୁଳିଯାଏ ।

ନିଜ ଅତିପ୍ରିୟ ମଣିଷ 

ନିଜ ପାଖରୁ ଦୂରେଇ ଗଲେ

ମନତଳେ ଦାନାବାନ୍ଧେ ନିରବ ଝଡ଼

ସ୍ବପ୍ନର ସୁନା ଲଙ୍କା ଭାଙ୍ଗିଯାଏ

ବିଭିଷଣ ହାତ ଛାଡିଦେଲା ପରେ

ନୀରବ ଝଡ଼ ଅତି ଭୟାବହ

କିଛିକ୍ଷଣ ରେ ସବୁ ଅକ୍ତିଆର କରିନିିଏ।

ସବୁ ଖିନଭିନ୍ କରିଦିଏ 

ଅସହାୟ ମଣିଷ କୁଟାଖିଅକୁ ଆଶ୍ରାକରେ ।

ଝଡ଼ ଥମିଗଲା ପରେ 

ପୁଣି ସଜାଡିବାକୁ ଆରମ୍ଭ କରେ 

ହସଲୁହ ଭିଜା ସଂସାରକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract